ମେଡ଼ିକାଲ କଲେଜରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ
ପୁରୀ,୧୯/୧- ଚାଲିଛି ସଡ଼କ ସୁରକ୍ଷା ସପ୍ତାହ। ଆଜି ଅଷ୍ଟମ ଦିନରେ ପୁରୀ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ର ସଭା ଗୃହରେ ସଡ଼କ ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଡ଼କ ସୁରକ୍ଷା ର ଯୁଗ୍ମ କମିଶନର ସଞ୍ଜୟ କୁମାର୍ ବିଶ୍ଵାଳ, ରାଜ୍ୟ ପରିବହନ ବିଭାଗର ଯୋଗାଯୋଗ ମୁଖ୍ୟ ମାନସ ନାୟକ, ପରିବହନ ଅଧିକାରୀ ରବୀନ ପଟ୍ଟନାୟକ, ମହାବିଦ୍ୟାଳୟ ର superintendent କୌସିକ ମିଶ୍ର, ମହାବିଦ୍ୟାଳୟ ଅଧକ୍ଷା ଅତିଥି ରୂପେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଙ୍କୁ ସଡ଼କ ସୁରକ୍ଷା ଉପରେ ବିଭିନ୍ନ ଭିଡିଓ ଦେଖା ଯିବା ସହ ଅତିଥି ମାନେ ନିଜ ଭାଷଣ ରେ ସଡ଼କ ସୁରକ୍ଷା ଏବଂ ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାର ଙ୍କ ବିଭିନ୍ନ ନିୟମ, ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ। ଏହା ପରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ସମ୍ପର୍କିତ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରାଯାଇ ଉପହାର ରେ ହେଲମେଟ ପୁରସ୍କାର ଦେଇ ସଚେତନତା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ସ୍ଵେଚ୍ଛାସେବୀ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।।