ରୋଟାରୀ କ୍ଲବ ଅଫ ମିଡ ଟାଉନ ପକ୍ଷରୁ ଜିଲ୍ଲା ଗଭର୍ଣ୍ଣର୍ ଙ୍କୁ ସ୍ଵାଗତ

ବ୍ରହ୍ମପୁର ୩/୬ ଗାୟତ୍ରୀ ହୋଟେଲ ସମ୍ମିଳନୀ କକ୍ଷରେ ରୋଟାରୀ କ୍ଲବ ଅଫ ବ୍ରହ୍ମପୁର ମିଡ ଟାଉନ ତରଫରୁ ଏକ ଆଲୋଚନା ସଭା ଆୟୋଜନ କରାଯାଇଥିଲା । କ୍ଲବ୍ ସଭାପତି ସ୍ବାଧିନ କୁମାର୍ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ସମ୍ପାଦିକା ଇଶାଙ୍କା ସାହୁ ବିବରଣୀ ପାଠ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିବା ଜିଲ୍ଲା ଗଭର୍ଣ୍ଣର ଯଜ୍ଞାଶୀଶ ମହାପାତ୍ର ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କ୍ଲବ୍ ର ବିଭିନ୍ନ ପ୍ରକଳ୍ପ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନେଇ ଜିଲ୍ଲା ଗଭର୍ଣ୍ଣର ଙ୍କ ସହ ଅନୁରୂପ ଆଲୋଚନା କରାଯାଇଥିଲା । ବନ୍ଦିତା ତ୍ରୀପାଠୀ, ଅଶୋକ ତ୍ରୀପାଠୀ, ଶିବ ପ୍ରସାଦ ପାତ୍ର, ପୁଷ୍ପଲତା ପାଣିଗ୍ରାହୀ, ଇଷ୍ଟ କ୍ଲବ୍ ସଭାପତି ଜୟନ୍ତ ବାବୁ, ଜୋନାଲ ଚେୟାରମ୍ୟାନ ମିହିର ତ୍ରିପାଠୀ, ରାଜା ବାବୁ, ଅନିଲ ସାହା, ବିଷ୍ଣୁ ପ୍ରିୟା ପଣ୍ଡା, କୁଲଦୀପ ଙ୍କ ସମେତ କ୍ଲବ୍ ର ବହୁ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ ।