ଫୁଲବାଣୀ ଠାରେ ନିରନ୍ତର କୃଷି ସମ୍ପର୍କରେ ଗୋଲଟେବୁଲ ବୈଠକ ଅନୁଷ୍ଠିତ।

କନ୍ଧମାଳ ତା ୨୩/୦୬/୨୦୨୫ ଫୁଲବାଣୀ ନିରନ୍ତର କୃଷି ସମ୍ପର୍କରେ ସ୍ୱଛାସେବୀ ଅନୁଷ୍ଠାନ ଅଗ୍ରଗାମୀ ଓ ହର୍ଷା ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଫୁଲବାଣୀ ପଞ୍ଚାୟତ ଭବନ ସମ୍ମିଳନୀ ମହିଳା ଚାଷୀଙ୍କ ସମସ୍ୟା ସମ୍ପର୍କରେ ଏକ ଦୁଇ ଦିନିଆ ମହିଳା ସମାବେଶ ଓ ଗୋଲଟେବୁଲ ବୈଠକ ଜୁନ ୨୧ରେ ଅନୁଷ୍ଠିତ ହୋଇଯାଇଛି। ହର୍ଷା ଟ୍ରଷ୍ଟର ଅଧ୍ୟକ୍ଷ ଡ ଅରବିନ୍ଦ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ମହିଳା ସମ୍ମିଳନୀରେ ଅଗ୍ରଗାମୀର ନିର୍ଦ୍ଦେଶକ ଅଚ୍ୟୁତ ଦାସ ଗୋଲଟେବୁଲ ବୈଠକରେ ମହିଳା ମାନଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି କହିଥିଲେ।କନ୍ଧମାଳ ଜିଲ୍ଲାରେ ପୁରୁଷଙ୍କ ଅପେକ୍ଷା ମହିଳା ମାନେ ଅଧିକ କାର୍ଯ୍ୟ କରିଥାନ୍ତି।କିନ୍ତୁ କୃଷି କ୍ଷେତ୍ରରେ ସେମାନଙ୍କ ପରିଶ୍ରମକୁ ଉପଯୁକ୍ତ ମର୍ଯ୍ୟାଦା ମିଳେନାହିଁ। ମହିଳା ଚାଷୀମାନଙ୍କୁ ସରକାରୀ ଯୋଜନାରେ ଆସୁଥିବା ମଞି ,ବିହନ,ସାର, କିଟନାଶକ ଓ ରୁଣ ,ଆର୍ଥିକ ଅନୁଦାନ ଇତ୍ୟାଦି ସଠିକ ସମୟରେ ମିଳେ ନାହିଁ।କନ୍ଧମାଳ ଜିଲ୍ଲାରେ ସଂରକ୍ଷଣ ଓ ବିକ୍ରୟ ବ୍ୟବସ୍ଥା ନ ଥିବା ବେଳେ ସର୍ବନିମ୍ନ ସହାୟକ ମୂଲ୍ୟ ମିଳେନାହିଁ।ଏହି ସବୁ ସମସ୍ୟାର ସମାଧାନ ପାଇଁ ସ୍ଥାୟୀ କୃଷି ନୀତି ଓ କୃଷି କାର୍ଯ୍ୟର ସମସ୍ୟା ଗୁଡିକ ଉପସ୍ଥାପନ କରିବା ପାଇଁ ଏହି ଦୁଇ ଦିନିଆ ମହିଳା ସମାବେଶ ଅନୁଷ୍ଠିତ ହୋଇଛି।କନ୍ଧମାଳ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କୃଷି ,ଉଦ୍ୟାନ, ପ୍ରାଣୀପାଳନ, ମତ୍ସ୍ୟ ଚାଷ, ଜଳ, ଜମି ପରିଚାଳନା ପାଇଁ ଆସୁଥିବା ଅନୁଦାନ ମହିଳା ଚାଷୀମାନେ କିପରି ସୁବିଧାରେ ପାଇପାରିବେ ସେ ସମ୍ପର୍କରେ ଜିଲା କୃଷି ଉପନିର୍ଦେଶକ,ଉଦ୍ୟାନ ଉପନିର୍ଦେଶକ, ଜଳ ବିଭାଜିକା ନିର୍ଦ୍ଦେଶକ, କେଭିକେ ବୈଜ୍ଞାନିକ ଓ ଭୁବନେଶ୍ବରର ବହୁ ବୈଞାନିକ ସୂଚନା ଦେଇଥିଲେ। କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରାୟ ଦୁଇଶହରୁ ଅଧିକ ଅଗ୍ରଣୀ ମହିଳାଚାଷୀ ଆଲୋଚନାରେ ଭାଗ ନେଇଥିଲେ।ଅବସର ପ୍ରାପ୍ତ ଆଇଏ ଏସ ସୁରେଶ ଚନ୍ଦ୍ର ପଣ୍ଡା ଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କ ମାଲିକାନା ଓ ଅର୍ଥକରୀ ଫସଲ ସମ୍ପର୍କରେ ସୂଚନା ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅଗ୍ରଗାମୀର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ବିଦ୍ୟା ଦାସ,ହର୍ଷା ଟ୍ରଷ୍ଟ ରଶ୍ରୀମତୀ ରଶ୍ମି ଆଦଲେଖା,ଡ ଦୀପ୍ତୀମୟୀ ଜେନା,ମାଟି ବୈଞାନିକ ଡ ସୁଶାନ୍ତ ପଟ୍ଟନାୟକ, ଇଂ ପିକେ ପାଇକରାୟ, ଡ ଗୋବିନ୍ଦ ଆଚାର୍ଯ୍ୟ , ଭିଲେଜ ମାର୍ଟର ରମେଶ ବିଶ୍ୱାଳ, ସିଫାର ଡ ନଗେଶ ବାରିକ,ଡ ସୁଶାନ୍ତ କୁମାର ଜଟା,ଏସଡିଭିଓ ଡଃ ପ୍ରଭାତ କୁମାର ମିଶ୍ର, ଉଠାଜଳସେଚନ ଯନ୍ତ୍ରୀ ଜଗନ୍ନାଥ ପୁହାଣ,ଫୁଲବାଣୀ ବ୍ଲକ କୃଷି ଅଧିକାରୀ ସୁନିତା ମିଶ୍ର,ପ୍ରମୁଖ ଯୋଗ ଦେଇ ବିଭିନ୍ନ କୃଷି ସମ୍ପର୍କିତ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।ଦେଢ ଲକ୍ଷରୁ ଅଧିକ କୃଷକ ପରିବାର ପାଇଁ କୃଷି ଗବେଷଣା ଓ ପ୍ରାଣୀପାଳନ ଗବେଷଣା କେନ୍ଦ୍ର ପାଇଁ ବ୍ୟବସ୍ଥା ନଥିବା ସାମାଜିକ କର୍ମୀ ଅଶୋକ ପରିଡା ସୂଚନା ଦେଇଥିଲେ। ଉକ୍ତ ସ୍ଥାନରେ ଶିକ୍ଷାନୁଷ୍ଠାନ ଓ ନ୍ୟାୟିକ ପ୍ରତିଷ୍ଠାନ ନିର୍ମାଣ ଯୋଗୁଁ ବୈଠକରେ କ୍ଷୋଭ ପ୍ରକାଶ କରିଥିଲେ।

ବିଭିନ୍ନ ବ୍ଲକରୁ ଆସିଥିବା ମହିଳା ଚାଷୀଙ୍କ ମଧ୍ୟରୁ ଜଟଣି କହଁର, ନମିତା ମଲ୍ଲିକ, ଜୟନ୍ତୀ ପ୍ରଧାନ, ଲୁସିମା ପ୍ରଧାନ, କ୍ଷୀରାମତି ନାୟକ, ରାଜଲକ୍ଷ୍ମୀ ସାମନ୍ତରାୟ, ବିଳାସିନୀ ନାୟକ,ସରସ୍ୱତୀ ପ୍ରଧାନ ପ୍ରମୁଖ ବହୁ ମହିଳା ଚାଷୀ ଜିଲ୍ଲାରେ କୃଷି ସମ୍ପର୍କିତ ସମସ୍ୟା ଓ ସୁବିଧା ସୁଯୋଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।।ଫୁଲବାଣୀ ସ୍ୱଛାସେବୀ ମହାସଂଘର ଆବାହକ ଓ ବହୁ ସ୍ୱଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଆଲୋଚନାରେ ଭାଗ ନେଇଥିଲେ।ଜିଲାରେ ଭୂଗର୍ଭସ୍ଥ ଜଳସ୍ତର ବୃଦ୍ଧି ସହ ଜଳସେଚନ ଓ କୃଷି ଜାତ ଶିଳ୍ପ ପ୍ରତିଷ୍ଠା ଓ ଫଳ ପନିପରିବା ପ୍ରକ୍ରିୟା କରଣ ଉପରେ ଗୁରୁତ୍ୱ ଦେଇଥିଲେ। ଶେଷରେ ଜିଲାକୁ ଏକ ଜୈବିକ ଜିଲାରେ ପରିଣତ କରିବାକୁ ୧୩ଦଫା ସମ୍ବଳିତ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ହର୍ଷା ଟ୍ରଷ୍ଟର ପ୍ରଦୀପ ଦୋରା, ଶରତ ନାୟକ ଓ ଅଗ୍ରଗାମୀର ସଂଗ୍ରାମ ନାୟକ ଜଗନ୍ନାଥ ଜେନା ,ସୁନିଲ ବାଘ ପ୍ରମୁଖ ସ୍ୱଛାସେବୀ ଓ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *