ଆର ଟି ଓ ଙ୍କ ଦ୍ଵାରା ୧୧୫୯୪୮୦ ଟଙ୍କା ଫାଇନ ଆଦାୟ

ପୁରୀ : ପୁରୀ ଆରଟିଓ ରବିନ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀ ମାନେ ଅଚାନକ ଧରପଗଡ କରିବା ସମୟରେ ଆଇନ ଉଲ୍ଲଙ୍ଘନ କରୁଥିବା ଗାଡି ଗୁଡିକୁ ଫାଇନ କରିଛନ୍ତି।ଏଥିରେ ମାଦକ ଦ୍ରବ୍ୟ ସେବନ କରି ଗାଡି ଚାଳନା କ୍ଷେତ୍ରରେ ୯ ଜଣ ଙ୍କୁ, ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର କ୍ଷେତ୍ରରେ ୧୨ ଜଣ ଙ୍କୁ, ଦ୍ରୁତ ଗତିରେ ଗାଡି ଚାଳନା କ୍ଷେତ୍ରରେ ୬୯ ଜଣ ଙ୍କୁ ଧରାଯାଇଥିଲା।ଏଥିରେ ୧୪୮ ଟି ଚାଲାଣ କଟାଯାଇ ମୋଟ ୧୧,୫୯,୪୮୦ ଟଙ୍କା ଫାଇନ କଟା ଯାଇଥିବା ଆରଟିଓ ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି।