ଗ୍ରାମାଞ୍ଚଳ ଓ ଶିକ୍ଷାୟତନ ଅଞ୍ଚଳ ହେବ ତମାଖୁ ମୁକ୍ତ

ପୁରୀ ୧୧/୫ – କେବଳ ଶିକ୍ଷାୟତନ ଅଞ୍ଚଳ ନୁହେଁ, ପୁରୀ ଜିଲ୍ଲାର ଗ୍ରାମାଞ୍ଚଳକୁ ତମାଖୁ ମୁକ୍ତ କରିବା ପାଇଁ ସମସ୍ତ ପ୍ରୟାସ କରାଯିବା ସହ ରଥଯାତ୍ରା ରେ ପବିତ୍ର ବଡ଼ଦାଣ୍ଡକୁ ତମାଖୁ ନିଷିଦ୍ଧାଞ୍ଚଳ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଘୋଷଣା ହୋଇଛି। ଜିଲ୍ଲା ତମାଖୁ ଓ କ୍ୟାନସର ନିୟନ୍ତ୍ରଣ କମିଟି ପକ୍ଷରୁ ପୁରୀ ସର୍କିଟ୍ ହାଉସ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲାସ୍ତରୀୟ ସମନ୍ୱୟ ସମିତି ବୈଠକ ରେ ପୁରୀ ଜିଲ୍ଲା କୁ ତମାଖୁ ମୁକ୍ତ କରିବା ପାଇଁ ସ୍ବତନ୍ତ୍ର ଦଳ ଖୁବଶିଘ୍ର ଜୋରଦାର ଚଢ଼ାଉ କାର୍ଯ୍ୟକ୍ରମ କରିବ ବୋଲି ନିଷ୍ପତ୍ତି ହୋଇଛି। ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡା ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର, ଅତିରିକ୍ତ ଏସ ପି ମିହିର କୁମାର ପଣ୍ଡା, ଡେପୁଟି କଲେକ୍ଟର ଗୋପୀନାଥ ମିଶ୍ର,ରାକେଶ କୁମାର ପଣ୍ଡା, ସହକାରୀ ଜିଲ୍ଲାପାଳ ରାଜବଲ୍ଲଭ ନାୟକ, ଡିପିଏଚଓ ଡା ବିରଜା ରଥ,ଖାଦ୍ୟ ସୁରକ୍ଷା ଅଧିକାରୀ ଵେଦଶ୍ରୀ ସାହୁ,ଏଡିଇଓ ମମତା ମିଶ୍ର, ସମାଜସେବୀ ବଦ୍ରି ମିଶ୍ର,ଡ୍ରଗସ୍ ଇନ୍ସପେକ୍ଟର ଅଞ୍ଜନ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ , ସନ୍ତୋଷ କୁମାର ସାହୁଙ୍କ ସମେତ ପୋଲିସ ଓ ଅବକାରୀ ବିଭାଗ ର ଅନେକ ଅଧିକାରୀ ଉପସ୍ଥିତ ଥିଲେ।ଏହି ବୈଠକକୁ ଜିଲ୍ଲା ତମାଖୁ ଓ କ୍ୟାନସର ନିୟନ୍ତ୍ରଣ କମିଟି ର ଜିଲ୍ଲା ପରାମର୍ଶଦାତା ଡାକ୍ତର ସୁଶାନ୍ତ କୁମାର ବିଶ୍ଵାଳ ସଂଯୋଜନା ଓ ସଞ୍ଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *