ଆମେରିକାକୁ ମହାବିନାଶକ ଶକ୍ତି ଦେଖାଇଲା ରୁଷିଆ

ମସ୍କୋ,୧୨।୪ : ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆ ପୁଣି ଥରେ ବିଶ୍ୱ ସାମ୍ନାରେ ନିଜର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ରୁଷିଆର ସୈନ୍ୟବାହିନୀ ଏକ ନୂତନ ଆନ୍ତଃଦେଶୀୟ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ପଡୋଶୀ ଦେଶ କାଜାଖସ୍ତାନରେ ନିର୍ମିତ ଫାୟାରିଂ ରେଞ୍ଜରୁ ରୁଷିଆ ଏହି କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି। ଏହି ନୂତନ କ୍ଷେପଣାସ୍ତ୍ର ମାରାତ୍ମକ ଟପୋଲ-ଏମଇ ସିଷ୍ଟମର ଏକ ଅଂଶ ବୋଲି କୁହାଯାଉଛି। ଏହି କ୍ଷେପଣାସ୍ତ୍ର ଆସ୍ତ୍ରାଖାନର କାପୁଷ୍ଟ୍ରେନ ୟାର୍‌ ପରୀକ୍ଷଣ ସ୍ଥାନରୁ ଉତକ୍ଷେପଣ କରାଯାଇଥିଲା। ଏହା ଶାଗନ ରେଞ୍ଜରେ ପଡିଥିଲା। ଏହି କ୍ଷେପଣାସ୍ତ୍ରର ଏକ ସମ୍ପୂର୍ଣ୍ଣ ସହରକୁ ଧ୍ୱଂସ କରିବାର ଶକ୍ତି ଅଛି।

କୁହାଯାଉଛି ଯେ ୟୁରି ଗାଗାରିନ ମହାକାଶକୁ ଯିବାର ୬୨ ବର୍ଷ ପୂରଣ ହେବା ଅବସରରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ଏପରି କରି ରୁଷିଆ ଆମେରିକାକୁ ନିଜର ମହାବିନାଶକ ଶକ୍ତି ଦେଖାଇଛି।

ୟୁରି ଗାଗାରିନ ୧୯୬୧ ଏପ୍ରିଲ ୧୨ରେ ମହାକାଶ ଯାତ୍ରା କରିଥିଲେ। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ଷ୍ଟ୍ରାଟେଜିକ ମିସାଇଲ ଫୋର୍ସର ଯବାନମାନେ ସଫଳତାର ସହ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ରୁଷିଆ ଏହି ନୂତନ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି ଯେଉଁ ସମୟରେ କିଛି ସପ୍ତାହ ପୂର୍ବରୁ ରୁଷିଆ ଆଣବିକ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ନିଜକୁ ପୃଥକ କରିଥିଲା।
ପୁଟିନ ଫେବୃଆରୀରେ ଘୋଷଣା କରିଥିଲେ ଯେ ରୁଷ ନ୍ୟୁ ଷ୍ଟାର୍ଟ ଚୁକ୍ତିରୁ ଓହରିଯାଉଛି। ଏହି ଚୁକ୍ତି ଅନୁଯାୟୀ ରୁଷିଆ ଏବଂ ଆମେରିକା ପରମାଣୁ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ସୀମିତ ରଖିବାକୁ ତଥା ପରସ୍ପରକୁ ଅନୁସନ୍ଧାନ କରିବାକୁ ଅନୁମତି ଦେବାକୁ ପ୍ରତିଶ୍ରୁତି ଦେବେ।

Leave a Reply

Your email address will not be published. Required fields are marked *