ସଦର ନିର୍ବାଚନ ମଣ୍ଡଳୀ ଖୋଜୁଛି ଯୁବ ଚେହେରା

ସଦର ନିର୍ବାଚନ ମଣ୍ଡଳୀ ଖୋଜୁଛି ଯୁବ ଚେହେରା , ଚର୍ଚ୍ଚାରେ ଯୁବନେତା ମଣ୍ଟୁ ନାଏକ ରାଜ୍ୟରେ ନିର୍ବାଚନ ବିଗୁଲ୍ ବାଜି ସାରିଲାଣି । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଆଗାମୀ ଏପ୍ରିଲରେ ହୋଇପାରେ ବୋଲି ସୂଚନା ରହିଛି । ଏହାକୁ ନେଇ କଳାହାଣ୍ଡି ଜିଲ୍ଲାର ରାଜନୈତିକ ମାହୋଲ ମଧ୍ୟ ଦିନକୁ ଦିନ ସରଗରମ ହେବାରେ ଲାଗିଛି । ବିଭିନ୍ନ ପାର୍ଟି ନିଜର ଏଜେଣ୍ଡା ନେଇ ରାଜନୀତିର ରୁଟି ସେକୁଥିବା ବେଳେ ଜିଲ୍ଲା ର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭବାନୀ ପାଟଣା ନିର୍ବାଚନ ମଣ୍ଡଳୀକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।ଗତ ୧୯ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀ ଟି ବିଜେପି ହାତକୁ ଯାଇଥିବା ବେଳେ ବର୍ତମାନ କିନ୍ତୁ ଏହି ନିର୍ବାଚନ ମଣ୍ଡଳୀ ଭୋଟରଙ୍କ ମୁଡ୍ ବିଜେଡି ଆଡ଼କୁ ଗତି କରିବା ଭଳି ସଂଙ୍କେତ ସବୁଠି ମିଳୁଛି । ଭୋଟର ଏଥର ଏକ ନୂଆ ଓ ଯୁବ ଚେହେରା କୁ ଖୋଜୁଛନ୍ତି। ସେପଟେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ର ପ୍ରମୁଖ ଆଶାୟୀ ପ୍ରାର୍ଥୀ ରାଜ୍ୟ ଯୁବ ବିଜେଡି ବରିଷ୍ଠ ଉପସଭାପତି ତଥା ଜିଲ୍ଲାର ଚର୍ଚ୍ଚିତ ଯୁବ ନେତା ମଣ୍ଟୁ ନାଏକ ଲୋକଙ୍କ ନିକଟତର ହେଉଛନ୍ତି। ମଣ୍ଟୁ ନାଏକ ସଦର ନିର୍ବାଚନ ମଣ୍ଡଳୀ ର ପ୍ରାୟ ସମସ୍ତ ଗ୍ରାମ ପଞ୍ଚାୟତ ର ସମସ୍ତ ଗାଁ ଗାଁ କୁ ଯାଇ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ସହିତ ,ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ଗୁଡିକ ବିଷୟ ରେ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳୁଛି । ନୂତନ ଭୋଟର ସହ ବୟୋଜ୍ୟେଷ୍ଠ ଓ ମାଁ ମାନଙ୍କର ପ୍ରଥମ ପସନ୍ଦ ଭାବରେ ମଣ୍ଟୁ ନାଏକ ଆଗକୁ ବଢ଼ିବା ନେଇ ବିଜେଡିର ଆଶାୟୀ ଶିବିରରେ କମ୍ପନ ସୃଷ୍ଟି କରୁଛି । ପୁଣି ବିଜେଡି କର୍ମି ଉତ୍ସାହିତ ହେଉଥିବା ବେଳେ ବିରୋଧି ଶ୍ରୀ ନାଏକଙ୍କ ସଂଗଠନ ଦେଖି ଛାନିଆ ହେଉଛନ୍ତି। ଗାଁ ଗାଁ ରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହିତ ଆସନ୍ତା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ନିର୍ବାଚିତ କରି ମୁଖ୍ୟମନ୍ତ୍ରୀ ଭାବେ ବସାନ୍ତୁ ବୋଲି ଲୋକଙ୍କୁ ଅନୁରୋଧ ମଧ୍ୟ କରୁଛନ୍ତି । ଏଥର ନୂଆ ଓ ଯୁବ ଚେହେରା କୁ ବିଜେଡି ପ୍ରାଧାନ୍ୟ ଦେଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ମଣ୍ଟୁ ନାଏକ ଲୋକଙ୍କ ନିକଟତର ହେବା ଆଗକୁ କ’ଣ ପ୍ରଭାବ ପକାଇବ ଦେଖିବାକୁ ବାକି ରହିଲା।