ସୁରକ୍ଷିତ ଇଣ୍ଟରନେଟ୍ ଦିବସ” ପାଳନ

“ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ରେ ତା 11/02/2025 ଦିବା 11 ଘଟିକା ସମୟରେ “ସୁରକ୍ଷିତ ଇଣ୍ଟରନେଟ୍ ଦିବସ”ସମ୍ପର୍କରେ ଏକ କାର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଅଧକ୍ଷ ପ୍ରଫେସର(ଡ଼) ମିହିର ପ୍ରସାଦ ମିଶ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ପ୍ରଫେସର ମହେନ୍ଦ୍ର କୁମାର ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ “ସୁରକ୍ଷିତ ଇଣ୍ଟରନେଟ୍ ଦିବସ” ପାଳନର ଆଭିମୁଖ୍ୟ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଅଧକ୍ଷ ପ୍ରଫେସର ମିଶ୍ର ସାଇବର ଅପରାଧ ଓ ସାଇବାର ଠକ ମାନଙ୍କ ଠାରୁ ନିଜକୁ ସୁରକ୍ଷ୍ୟା ପ୍ରଦାନ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ସାବଧାନତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵନାଥ ପଣ୍ଡା , ସାଇବାର ଅପରାଧ ଠାରୁ ଇଣ୍ଟରନେଟ୍ ବ୍ୟବହାରୀ କାରୀମାନେ କିଭଳି ନିଜକୁ ସୁରକ୍ଷିତ ରଖି ପାରିବେ ତାହାର ବୈଷୟିକ ସାବଧାନତା ସମ୍ପରକରେ ଆଲୋଚନା କରିଥିଲେ।

ସନ୍ନମାନିତ ଅତିଥି ତଥା ଅତିରିକ୍ତ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ଦୁର୍ଗା ପ୍ରସାଦ ଜେନା “Cyber Hygiene Practices” ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ , ଅନ୍ୟତମ ଅତିଥି ଶ୍ରୀ ନାରାୟଣ ଚନ୍ଦ୍ର ମହାନ୍ତି ପ୍ରୋଗ୍ରାମର “Common Cyber Threats” ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ , ସର୍ବଶେଷରେ ଶ୍ରୀ ଅନିରୁଦ୍ଧ ତ୍ରିପାଠୀ ପ୍ରୋଗ୍ରାମର ଧନ୍ୟବାଦ ପ୍ରସ୍ତାବ ଆଗତକରୀ ସଭା ସାଙ୍ଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ 120 ଜଣ ଛାତ୍ରଛାତ୍ରୀ ଏବଂ 50 ଜଣ ଅଧ୍ୟାପକ ଯୋଗ ଦେଇ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।