ରାଷ୍ଟୀୟ ମର୍ଯ୍ୟାଦା ସହ ସହୀଦ ପ୍ରତାପଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ଗୋପ :- ୦୬/୧୧ ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନସ୍ତ ବଡ଼ତରା ପଞ୍ଚାୟତ ଅନ୍ତର୍ଗତ ମଲ୍ଲଗ୍ରାମ ର ପ୍ରତାପ ରଞ୍ଜନ ପରିଡାଙ୍କର ମେଘାଳୟ ଠାରେ ବିଏସଏଫ ରେ ଯବାନ ଭାବେ କାର୍ଯ୍ୟରତ ଥିଲେ l ଗତ ୩ ତାରିଖ ଶୁକ୍ରବାର ଦିନ ପ୍ରତାପ ତାଙ୍କ କର୍ମକ୍ଷେତ୍ର କାର୍ଯ୍ୟରତ ଥିବା ସମୟରେ ଏକ ବାମ୍ଫି ଭିତରେ ପଡ଼ିଥିଲେ l ତାଙ୍କର କର୍ମକ୍ଷେତ୍ରରେ ଅନୁପସ୍ଥିତ ଯୋଗୁ ଉପରସ୍ତ ଅଧିକାରୀ ତାଙ୍କୁ ସେଠାରେ ଖୋଜିଥିଲେ ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ଏକ ବାମ୍ଫି ଭିତରୁ ଉଦ୍ଧାର କରି ହସ୍ପିଟାଇ କୁ ସ୍ଥାନାନ୍ତରିତ କରାଯାଇଥିଲା l କିନ୍ତୁ ଦୁର୍ଭାଗ୍ୟର କଥା ସେଠାରେ ତାଙ୍କର ମୃତ୍ୟୁ ବରଣ କରିଥିଲେ l ତାହା କେଉଁଥିପାଇଁ ହୋଇଛି ବର୍ତମାନ ସୁଧା ମଧ୍ୟ ଅସ୍ପଷ୍ଟ ହୋଇରହିଛି l ଏଣୁ ସେଥିପାଇଁ ପରିବାର ସଦସ୍ୟମାନେ ଦାବୀ କରୁଛନ୍ତି ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ପରିବାର ପକ୍ଷରୁ ଦାବି କରିଛନ୍ତି l ଆଜି ତାଙ୍କର ପ୍ରାର୍ଥୀବ ଶରୀର କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ନିଜର ଜନ୍ମ ସ୍ଥାନ ମଲ୍ଲଗ୍ରାମ ରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ବିଶାଳ ଜନ ସମୁନ୍ଦ୍ର ମଧ୍ୟରେ ଶୋଭାଯାତ୍ରା ପିପିଲି ଠାରୁ ମଲ୍ଲଗ୍ରାମ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଯୋଗଦାନ କରିଥିଲେ l ଏଥିରେ ଗୋପ ଅଞ୍ଚଳ ର ଅନେକ ସଂଗଠନ ଓ ସମସ୍ତ ଦଳୀୟ ରାଜନେତା ଏବଂ ସାଧାରଣ ଜନତା ଙ୍କ ସହିତ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ଙ୍କ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ସହୀଦ ଯବାନ ଶ୍ରୀ ପରିଡା ଙ୍କ ପୁତୁରା ପ୍ରୀତମ ରଞ୍ଜନ ପରିଡା ,ପୁଅ ପ୍ରତୀକି ପରିଡା ମୁଖାର୍ଣ୍ଣି ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଡଃ. ଶରତ ଚନ୍ଦ୍ର ମହାପାତ୍ର ,ଜିଲ୍ଲା ଆରକ୍ଷୀ ଅଧିକାରୀ ଅତିରିକ୍ତ ଡ଼ଃ କନଲ କୁମାର ସିଂ ,ଆରକ୍ଷୀ ଅଧିକାରୀ ଦେଵବ୍ରତ ଚକ୍ର , ଗୋପ ଥାନା ଆଇ ଆଇ ସି ମହେଶ୍ବର ସେଠି ଗୋପ ତହସିଲଦାର ରଞ୍ଜନ ପରିଡା ଗୋପ ବିଡ଼ିଓ ଛବିରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷକୃତ୍ୟ କାର୍ଯ୍ୟ ସମୟରେ ପରିବାରର ପ୍ରେମରଞ୍ଜନ ପରିଡା ,ଭାଉଜ କଲ୍ୟାଣି ପରିଡା ,ସହୀଦ ଯବାନ ଙ୍କ ସ୍ତ୍ରୀ ସତ୍ୟଭାମା ପରିଡା ସାନ ବୋହୁ ସାବିତ୍ରୀ ପରିଡା ,ପୁତୁରା ପ୍ରତିଶ ପରିଡା ,ଝିଆରୀ ପ୍ରତିଖ୍ୟା ପ୍ରିୟସୀ ପରିଡା ଉପସ୍ଥିତ ଥିଲେ । ପରିଡା ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ ବିଜେପି ନେତ୍ରୀ ପ୍ରଭାତୀ ପରିଡା, ସତ୍ୟବ୍ରତ ପାତ୍ର, ଗୋପ ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ ସମସ୍ତ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ l