ନିମାପଡ଼ା ରେ ସହିଦ ଦିବସ ପାଳିତ

1942 ମସିହା ଭାରତ ଛାଡ ଆନ୍ଦୋଳନ ସମୟ ରେ ମହାତ୍ମାଗାନ୍ଧୀଙ୍କ ଡାକରାରେ ଅନୁପ୍ରାଣିତ ହୋଇ ପୁରୀ ଜିଲ୍ଲା ନିମାପଡା ଅଞ୍ଚଳ ର ସ୍ଵାଧୀନତା ସଂଗ୍ରାମୀ ମାନେ ନିମାପଡା ଥାନା ଦଖଲ କରି ବାକୁ ଗଲାବେଳେ ପୋଲିସ୍ ଗୁଳି ରେ ସହିଦ୍ ହୋଇ ଥିଲେ ଚଅଁର ପଦାର ସଂଗ୍ରାମୀ ଉଛବ ମଲିକ ।ତାଙ୍କ ସୃତିରେ ଆଜିର ଦିବସ କୁ ସହିଦ୍ ଦିବସ ରୂପେ ପାଳନ କରାଯାଇ ଆସୁଛି ।ଏହି ପରିପେଖିରେ ନିମାପଡା ଏନ ଏ ସି ଓ ସହିଦ୍ ସୃତିସଂସଦ ଆନୁକୁଲ୍ୟରେ ସ୍ଥାନୀୟ ଶହୀଦ ପଡିଆ ଠାରେ ସହିଦ୍ ଦିବସ ପାଳିତ ହେlଇଥିଲା ।ପ୍ରଥମେ ସହିଦ୍ ଙ୍କ ଗ୍ରାମରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ବାହାରି ନିମାପଡା ବଜାର ପରିକ୍ରମା କରି ଥାନା ସମ୍ମୁଖରେ ସହିଦ୍ ଉଛବ ମଲିକ ଙ୍କ ସୃତି ସ୍ଥମ୍ବରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ନିମାପଡା ପୋଲିସ ପକ୍ଷରୁ ସହିଦ୍ ଙ୍କ ଉଦ୍ଦେଶ୍ୟରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ।ଏହି ସଭାରେ ଅତିଥି ଭାବେ ଜଗତସିଂହପୁର ସାଂସଦ ଡ଼ ରାଜଶ୍ରୀ ମଲ୍ଲିକ , ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାସ୍, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ,ନିମାପଡା ସୁୟଂସାସିତ ମହାବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଜଗତ ପ୍ରସାଦ ସାବୁତ୍, ଏନ୍ ଏ ସି ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାସ ,ପ୍ରମୁଖ ଯୋଗ ଦେଇ ସହିଦ୍ ଉଛବ ମଲିକ୍ ଙ୍କ ଶ୍ରୁତି ଚାରଣ କରିଥିଲେ । ଏନ୍ ଏ ସି ଅଧକ୍ଷ୍ୟା ସସ୍ମିତା ସାହୁ ଅଧ୍ୟକ୍ଷତା କରିଥିଲେ ।ସହିଦ୍ ଶ୍ରୁତି ସଂସଦ ର ସମ୍ପାଦକ ବେଣୁଧର ସେନାପତି ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏବଂ ଶେଷରେ ଛାତ୍ର ଛାତ୍ରୀ ମାନକ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।
ନିମାପଡ଼ା ରୁ ଶିଶିର କୁମାର ସ୍ବାଇଁ ଙ୍କ ରିପୋର୍ଟ
