ଲୁଣିଆ ଗୁଳିକାଣ୍ଡ ର ୮୧ ତମ ଶହୀଦ ଦିବସ ପାଳିତ

୧୯୪୨ ମସିହା ଭାରତଛାଡ଼ ଆନ୍ଦୋଳନ ସମୟରେ ସେପ୍ଟେମ୍ବର ୨୨ ତାରିଖଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଲୁଣିଆ ଶହୀଦ୍ ନଗର ଠାରେ ଇଂରେଜ ମାନଙ୍କ ଗୁଳିରେ ଟଳିପଡି ଥିଲେ ୯ ଜଣ ବୀର ଅମର ଶହୀଦ୍ | ସେହି ମହାନ ପୁରୁଷ ମାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ଆଜି ୮୧ ତମ ଶହୀଦ୍ ଦିବସ ପାଳନ କରାଯାଇଛି। ଏହି ଉପଲକ୍ଷେ ଶହୀଦ ସ୍ମୃତି ରକ୍ଷା କମିଟି ପକ୍ଷରୁ ଶହୀଦ ଦିବସ ଧାମନଗର ବ୍ଲକର ଲୁଣିଆ ଗୁଳିକାଣ୍ଡ ସହିଦନଗର ଠାରେ ପାଳିତ ହୋଇଯାଇଛି। ଶହୀଦ ସ୍ମୃତି ରକ୍ଷା କମିଟିର ସଭାପତି ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ସହ ସାଧାରଣ ସଭା ହୋଇଥିଲା। ସ୍ଵାଧୀନତା ସଂଗ୍ରାମୀ ରାମହରୀ ଗୋସ୍ଵାମୀ ପତାକା ଉତ୍ତୋଳନ କରିଥିଲେ। ସମସ୍ତ ୯ଜଣ ଶହୀଦଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସମେତ ଵହୁ ରାଜନେତା ଶହୀଦ ସ୍ମୃତି ସ୍ତମ୍ଭରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ସକାଳୁ ପ୍ରଭାତଫେରୀ ଅନୁଷ୍ଠିତ ହେବା ସହ ତୀଳକତର୍ପଣ କରାଯାଇଥିଲା।
