ସାକ୍ଷୀଗୋପାଳ: ଅଠେଇସ ଗ୍ରାମରେ ଥିବା ପ୍ରାଚୀନ ଜଗନ୍ନାଥ ମନ୍ଦିରରେ ରତ୍ନମୁଦ କାର୍ଯ୍ୟକ୍ରମ

ସାକ୍ଷୀଗୋପାଳ, ୦୬/୦୯:- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଠେଇସ ଗ୍ରାମରେ ଥିବା ପ୍ରାଚୀନ ଜଗନ୍ନାଥ ମନ୍ଦିରରେ ରତ୍ନମୁଦ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗ୍ରାମରେ ରହିଥିବା ପୁରାତନ ମନ୍ଦିରଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା ।ପରେ ଗ୍ରାମ ବାସୀ , ପଡୋସୀ ଗ୍ରାମବାସୀ ଓ ଶ୍ରଦ୍ଧାଳୁଙ୍କ ଉଦ୍ୟମ କ୍ରମେ ଏକ ନୂତନ ମନ୍ଦିର ନିର୍ମାଣ କରାଯାଇଛି ।ଏହି ମନ୍ଦିରର ରତ୍ନମୁଦ ଓ ଦଧିନଉତି ସ୍ଥାପନ ଅବସରରେ ସମ୍ପୁର୍ଣ୍ଣ ଗ୍ରାମଟି ଉତ୍ସବ ମୁଖର ହୋଇଥିଲା ।ଏହି ଅବସରରେ ପ୍ରତ୍ୟୁଷରେ ମନ୍ଦିରରେ ଠାକୁରଙ୍କ ସତନ୍ତ୍ର ଦେଵନୀତି କରାଯାଇଥିଲା । ସୁଗନ୍ଧିତ ଜଳକଳସୀରେ ଠାକୁରଙ୍କୁ ଅଭିମନ୍ତ୍ରିତ କରାଯାଇଥିଲା । ପରେ ସିଂହାସନ ରୂଢ଼ ପ୍ରଭୁ ଜଗନ୍ନାଥ ,ବଳଭଦ୍ର ,ମା ସୁଭଦ୍ରାଙ୍କୁ ନୂତନ ବସ୍ତ୍ର ,ପରିଧାନ ସହ ସୁଗନ୍ଧିତ ପୁଷ୍ପ ଦୂରା ସଜ୍ଜିତ କରାଯାଇଥିଲା। ହୋମ ଯଜ୍ଞ  ,ସହିତ ହରିନାମ କୀର୍ତ୍ତନ ,ହରିବୋଲ ହୁଳ ହୁଳି ଓ ଘଣ୍ଟ ଘଣ୍ଟା ଶବ୍ଦ ରେ ମନ୍ଦିର ପରିସର ଆଧ୍ୟାତ୍ମିକ ସମାରୋହ ସୃଷ୍ଟି ହୋଥିଲା। ରତ୍ନମୁଦ  ପାଈଁ  ଶ୍ରଦ୍ଧାଳୁମାନେ ଦାନ କରିଥିବା ସୁନା, ରୁପା ,କଂସା, ପିତଳ, ଧାନ, ମୁଗ, ବିରି ଓ ଆହୁରି ଅନେକ ଶାସ୍ୟ ଓ ଧାତଵ ପଦାର୍ଥକୁ ଉପସ୍ଥିତ ପଣ୍ଡିତ ମଣ୍ଡଳୀଙ୍କ ଦ୍ୱାରା  ସଂସ୍କାର କରାଯାଇ ବେଦପାଠ ଉଚାରରଣ ଓ ପୂଜାର୍ଚ୍ଚନା ପରେ ୬୦ ପୁଟୁ ଉଚ୍ଚତା ବିଶିଷ୍ଟ  ମନ୍ଦିର ଉପରେ ରତ୍ନମୁଦ  ଦିଅଯାଇ ଦଧିନଉତି ଖଞ୍ଜା ଯାଇଥିଲ। ଗ୍ରାମର ରାଜେନ୍ଦ୍ର ମହାପାତ୍ର,ଜୟପୁର ଗ୍ରାମର ଦିବାକର ଶତପଥୀ ,ଓ ସ୍ଥାନୀୟ ଗୁରୁକୂଳ ଅନୁଷ୍ଠାନ ର କୋଚ୍ ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ସମେତ , ପାତଞ୍ଜଳୀ ଯୋଗ ସମିତି ଆଦି ଅନୁଷ୍ଠାନର ଗୁରୁକୂଳ ଆଥଲେଟିକ ର ସମସ୍ତ ଛାତ୍ର ଛାତ୍ରୀ  ଶାନ୍ତିଶୃଙ୍ଖଳା ସହିତ ଏହି କାର୍ଯ୍ୟ ସମ୍ପାଦନ କରିବାରେ ସହଯୋଗ କରିଥିଲେ ।ପୂଜକ ଭାସ୍କର ଦୀକ୍ଷିତ ,ଓ ମନ୍ଦିର ପରିଚାଳନା  ସଦସ୍ୟ ପୂର୍ଣ ଚନ୍ଦ୍ର ଦୀକ୍ଷିତ  ଠାକୁରଙ୍କ ସେବା କାର୍ଯ୍ୟ ସମ୍ପାଦନ କରାଯିବା ପାଇଁ ସମସ୍ତ ବେଵସ୍ଥା କରିଥିଲେ । ,ଆଖ ପାଖ ଅଞ୍ଚଳ ର ଭକ୍ତ ଙ୍କ ସମାବେଶ  ଲାଗିରହିଥିଲା । ଦୁଡଲ ପଞ୍ଚୁଖେରା , ବୀଗଗେବିନ୍ଦପୁର ଆଦି ପଢୋସି ଗ୍ରାମଶାସୀ ସହଯୋଗ କରିଥିଲେ।

ରିପୋର୍ଟ- କାଳୀପ୍ରସାଦ ମହାପାତ୍ର, ସାକ୍ଷୀଗୋପାଳ।

Leave a Reply

Your email address will not be published. Required fields are marked *