ସମରି ମୁଦୁଲିଙ୍କୁ ମିଳିଲା ପ୍ରଶାସନିକ ସମ୍ମାନ:ମାଲକାନଗିରି

ମାଲକାନଗିରି:୨୦/୭-ରାଜଭବନଠାରେ ଅନୁଷ୍ଠିତ ନାବାର୍ଡର ୪୦ତମ ପ୍ରତିଷ୍ଠା ଦିବସ ସମାରୋହରେ ମାନ୍ୟବର ରାଜ୍ୟପାଳଙ୍କ ଦ୍ଵାରା ଓଡ଼ିଶାର ୩୦ ଜଣ ସଫଳ ଉଦ୍ୟୋଗୀଙ୍କୁ ସେମାନଙ୍କ ଗ୍ରାମାଞ୍ଚଳରେ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଭର୍ଚୁଆଲ ମୋଡ ମାଧ୍ୟମରେ ସ୍ଵୀକୃତି ପ୍ରଦାନ କରାଯାଇଛି। ତାଦନୁରୁପ,ମାଲକାନଗିରି ଜିଲ୍ଲାରେ ନାବାର୍ଡ ଦ୍ଵାରା ପରିଚାଳିତ MEDP କାର୍ଯକ୍ରମ ର ଉତ୍କୃଷ୍ଟ ସେବା ନିମନ୍ତେ ,ଜିଲ୍ଲା ପ୍ରଶସନ ତରଫରୁ ଜିଲ୍ଲାପାଳ ,ଶ୍ରୀଯୁକ୍ତ ବିଶାଳ ସିଂ(IAS) ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଓ ନାବାର୍ଡର ଜିଲ୍ଲା ସଂଚାଳକ ଙ୍କ ଉପସ୍ଥିତିରେ ସଫଳ ଉଦ୍ୟୋଗୀ, କୁମାରୀ ସମାରି ମୁଦୁଲିଙ୍କ ସକାରାତ୍ମକ କାର୍ଯ ପାଈଁ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି।