ସମୟ ଅସମୟ

ଡ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ
ବିଭାଗୀୟ ମୁଖ୍ୟ ( ଇଂରାଜୀ)
ବ୍ୟାସନଗର ସ୍ଵୟଂ ଶାସିତ ମହାବିଦ୍ୟାଳୟ ଯାଜପୁର
………………………………………….

କେବେ ଥରେ ପଚାରନ୍ତ ସିନା କେମିତି ମୁଁ ଅଛି
ହଁ! ତୁମେ ପଚାରି ବି କରିବ କଅଣ ଆପାତତଃ ମୁଁ ଭଲ ଅଛି ।
କେବେ ଦିନେ ଖୋଜୁଥିଲା ତୁମ ଆଖି ମତେ
ନିରୋଳା ସଞ୍ଜଟେ ପରି ଜଗୁଥିଲ ବାଟ
ତୁମରି ଆଶ୍ଳେଷ ମତେ ଡାକୁଥିଲା ନିତି
ଯେବେ ଯେବେ ଖୋଲୁଥିଲା ରାତ୍ରିର କବାଟ ।
କେତେ ସଞ୍ଜ ଲେଉଟି ଗଲେଣି ମୁହଁ ପୋଛି ଅଶ୍ରୁ ପଣତରେ
କେତେ ରାତି ଅନିଦ୍ରାରେ ହୁଡ଼ିଲେଣି ପଥ
ତୁମକୁ ବୁଝାଇ ଆଉ ଲାଭ କିଛି ନାହିଁ
ଯେବେଠାରୁ ମିଛ ହେଲେ ସବୁତକ ସତ ।
ଏତେ ଅଭିମାନ ସତେ ଶୋଭା ଦିଶେ ନାହିଁ
ତଥାପି ଏ ହୃଦୟ ତ ପଥରର ନୁହଁ
ତୁମ ପାପୁଲିରେ ହାୟ ମୋ ପାଇଁ ରେଖାଟିଏ ନାହିଁ
ତଥାପି ଏ ଛାତି ତଳେ ହସେ ତୁମ ମୁହଁ ।

Leave a Reply

Your email address will not be published. Required fields are marked *