ସ୍ୟାଣ୍ଡଆର୍ଟ

ସବୁଦିନ ପାଇଁ ନୀରବିଗଲେ ବଲିଉଡର ସୁପରଷ୍ଟାର ଦିଲ୍ଲୀପ କୁମାର । ଆଜି ସକାଳ ୭.୩୦ ମିନିଟରେ ଦିଲୀପ ନେଇଛନ୍ତି ଶେଷ ନିଶ୍ବାସ । ୯୮ ବର୍ଷ ବୟସରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।ତାଙ୍କ ମୃତ୍ୟୁରେ ସାରା ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ଏହି ଅବସରରେ ଆର୍ନ୍ତଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ଜରିଆରେ ଭେଟେରାନ୍ ଆକ୍ଟର ଦୀଲିପ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଞ୍ୟପନ କରିଛନ୍ତି। ଦୀଲିପ କୁମାରଙ୍କ ବିୟୋଗ ସାରା ବଲିଉଡ୍ ଜଗତ ପାଇଁ ଅପୂରଣୀୟ କ୍ଷତି ହୋଇଥିବା ବେଳେ ବଲିଉଡରେ ଗୋଟିଏ ଯୁଗର ସମାପ୍ତି ଘଟିଲା ବୋଲି ସୁଦର୍ଶନ ନିଜ ବାଲୁକାକଳାରେ ଉପସ୍ଥାପନ କରିଛନ୍ତି।

Leave a Reply

Your email address will not be published. Required fields are marked *