ସଂଗମ ଶ୍ରୀକ୍ଷେତ୍ରେ ଝୁଲଣ ଯାତ୍ରା

ଡେଲାଙ୍ଗ,ଜଗନ୍ନାଥ ସଂସ୍କୃତି କହେ ଜଗତନାଥଙ୍କର ବାର ମାସରେ ତେର ପର୍ବ । ସେଥିମଧ୍ୟରୁ ଝୁଲଣ ପର୍ବ ଏକ ପାରମ୍ପରିକ ନିତୀ କୁ ଯୁଗ ସହିତ ଯୁଗର ବନ୍ଧନକୁ ସୁଚାଇଥାଏ । ଯୁଗ ଚାରି, ହେଲେ ମାଲିକ୍ ଏକ ।
ଯୋରକଣୀ ଏଭଳି ଏକ ଗ୍ରାମ ଯେଉଁଠାରେ, ଦୁଇଟି ଜିଲ୍ଲା, ତିନୋଟି ନିର୍ବାଚନ ମଣ୍ଡଳି ତିନୋଟି ବ୍ଳକ୍ , ତିନୋଟି ଥାନା , ତିନୋଟି ପଞ୍ଚାୟତ । ଏବଂ ପବିତ୍ର ଦୟାନଦୀ ଏବଂ ରାଜୁଆ ନଦୀର ସଂଗମ ସ୍ଥଳ । ରାଜାଧିରାଜ କାଳିଆ ସାଆନ୍ତ ଙ୍କର ବିଜେସ୍ଥଳୀ ଏହି ଯୋରକଣୀ ଗ୍ରାମରେ । ତେଣୁ ଏହାର ନାମ ହେଲା ସଂଗମ ଶ୍ରୀକ୍ଷେତ୍ର ।
ଜଗନ୍ନାଥ ଧାମ , ପୁରୀ କୁ ଅନୁକରଣପୂର୍ବକ କେତେକ ରିତୀ ନିତୀ ଏଠାରେ ପାଳନ କରାଯାଏ।
ଝୁଲଣ ପର୍ବ ନିଦ୍ଧିଷ୍ଠ ଦିନଠାରୁ ଆରମ୍ଭ ହୋଇ ଶେଷ ହେଲା ପର୍ଯ୍ୟନ୍ତ ନିରାଡମ୍ବରରେ ପାଳନ କରାଯାଏ।
ଜଗନ୍ନାଥଙ୍କର ସେବାରେ ନିୟୋଜିତ ପୂଜକ ବିଶ୍ଵଜିତ ମିଶ୍ର କଂ କହିବା ଅନୁସାରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମେତ ଶ୍ରୀଦେବୀ , ଭୂ ଦେବୀ , ନୀଳମାଧବ ବିଦ୍ୟମାନ। ଝୁଲଣାପର୍ବରେ ମହାପ୍ରଭୁ କଂର ଚଳନ୍ତି ପ୍ରତିମା, ମଦନମୋହନ ସଙ୍ଗରେ ପ୍ରାଣପ୍ରିୟା ପତ୍ନୀବଂ ସହିତ ସୁବେଶ ପରିପାଟି ତଥା ରଂଗ ବେରଂଗରେ ସୁସଜ୍ଜିତ ଝୁଲଣ କୁଞରେ ଉପବେଶନ ହୋଇ ଦୋଳିରେ ଝୁଲି ଥାନ୍ତି। ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ତତ୍ବାବଧାରକ କଂ ତତ୍ବାବଧାନରେ ପରିବେଶଣ କରାଯାଇଥାଏ । ଧନ୍ୟ ତୁମେ କାଳିଆ ସାଆନ୍ତ । ଧନ୍ୟ ତୁମ ଲୀଳାଖେଳା । ତୁମରି ମନ୍ଦିର ସନ୍ନିକଟ । ମା’ ଲକ୍ଷ୍ମୀ ମନ୍ଦିର । ଆଉ ଯୁଗେ ଯୁଗେ ତୁମର ପରମ ଭକ୍ତ , ପରମ ସେବକ, ମହାବୀର ମନ୍ଦିର ବିଦ୍ୟମାନ। ତୁମକୁ ଖୁବ୍ ନିକଟରେ ପାଇ , କେବଳ ଯୋର କଣୀ ବାସୀ ନୁହଁନ୍ତି। ଆଖପାଖ ସମସ୍ତ ଅଞ୍ଚଳବାସୀ ଆମେ ଧନ୍ୟ ହୋଇଛୁ।

Leave a Reply

Your email address will not be published. Required fields are marked *