ଗୋପାଳପୁର ଏନଏସିରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟାବନ୍ଦ ଆନ୍ଦୋଳନ

ବେଳାଭୂମିରେ ପରିମଳ ବିପର୍ଯ୍ୟାସ୍ତ, ଅଧିକାରୀଙ୍କ ଦେଖା ନାହିଁ କିମ୍ଭା କୌଣସି ଆଲୋଚନା ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ ସମାଧାନ ନହେଲେ ଜିଲ୍ଲାସାରା ପ୍ରତିବାଦ କରିବେ ସମସ୍ତ ଏନଏସିର କର୍ମଚାରୀ ଗୋପାଳପୁର-(18/11/23) ସ୍ଥାନୀୟ ଏନ.ଏ.ସି.ର ପରିମଳ କାର୍ଯ୍ୟାପାଇଁ ଠିକସଂସ୍ଥା ଦ୍ୱାରା ନିୟୋଜିତ ହୋଇଥିବା ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ ମଧ୍ୟରୁ ବିନାକାରଣ ରେ ତିନିଜଣ କର୍ମଚାରୀ ଙ୍କୁ ଛଟେଇ ଓ ବକେୟା ଥିବା ଦରମା ପ୍ରଦାନ ଦାବି ପ୍ରତିବାଦ ରେ ଗତକାଲି ସଂଧ୍ୟା ଠାରୁ କର୍ମଚାରୀ ମାନେ ସଫେଇ କାର୍ଯ୍ୟ ବନ୍ଦ କରି କାର୍ଯ୍ୟାଳୟ ଆଗରେ ଧାରଣା ରେ ବସିଛନ୍ତି I ଏ ପର୍ଯ୍ୟନ୍ତ କୌଣସି ଅଧିକାରୀ ଙ୍କ ଦ୍ୱାରା ଆଲୋଚନା ହୋଇନଥିବା ବେଳେ ଗୋପାଳପୁର ବେଳାଭୂମି ଓ ପୁରା ଗୋପାଳପୁର ସହର ସଫେଇ ନ ହୋଇ ଆବର୍ଜନା ରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି,ଯାହାରୀ ଫଳ ରେ ପର୍ୟ୍ୟଟକ ମାନେନାନାଦି ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି I ଘଟଣା ଅନୁଯାୟୀ ପୂର୍ବରୁ ଠିକା ସଂସ୍ଥା ଅଭିରାମ କେୟାରଟେକିଙ୍ଗ ସର୍ଭିସେସ ଓ ବର୍ତ୍ତମାନ ଗ୍ରୀନ ସର୍କିଲ ଭୁବନେଶ୍ୱର ସଂସ୍ଥା ଅଧୀନ ରେ 81 ଜଣ ପରିମଳ କର୍ମଚାରୀ ନିୟୋଜିତ ଅଛନ୍ତି କିନ୍ତୁ ସମ୍ପୃକ୍ତ ଏନ.ଏ.ସି.ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିଠି ସଂଖ୍ୟା- 2656/26.10.23 ଅନୁଯାୟୀ ପାଣ୍ଠି ର ଅଭାବ ଆଳ ଦେଖାଇ କର୍ମଚାରୀ ଙ୍କୁ ଛଟେଇ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି I ଯାହାରୀ ଫଳ ରେ ସଂସ୍ଥା ର ସୁପରଭାଇଜର ପ୍ରଥମ ପର୍ଯ୍ୟାୟ ରେ ତିନିଜଣ କର୍ମଚାରୀ ଙ୍କୁ ଛଟେଇ କରିଛନ୍ତି ଏହାକୁ ନେଇ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ହେବା ସହ କାର୍ଯ୍ୟବନ୍ଦ କରି ପୁନଃ ନିଯୁକ୍ତି ଦାବୀ କରିଛନ୍ତି I ଏଥିସହିତ ବହୁଦିନ ହେବ ଦାବୀ ହୋଇ ଆସୁଥିବା ବକେୟା ଦରମା ପ୍ରଦାନ, ଗରିମା ଯୋଜନା ରେ କୁଶଳୀ, ଅର୍ଦ୍ଧକୁଶଳୀ ହାର ରେ ଦରମା ବୃଦ୍ଧି କରିବା, ବକେୟା ଥିବା ଝାଡୁ ଓ ଅନ୍ୟାନ୍ୟ ସଫେଇ ସାରଞ୍ଜାମ କ୍ରୟ ବାବଦ ଟଙ୍କା ତୁରନ୍ତ ପୈଠ ଆଦି ପାଞ୍ଚ ଦଫା ଦାବୀ ଉପସ୍ଥାପନ କରିଛନ୍ତି I ଯଦି ଦୁଇଦିନ ଭିତରେ ଦାବୀ ପୂରଣ ନ ହୁଏ ତେବେ ସଙ୍ଘ ତରଫରୁ ଜିଲ୍ଲାସାରା ସଫେଇ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି I ଉକ୍ତ କାର୍ଯ୍ୟକ୍ରମରେ ଶ୍ରମିକ ନେତା ତଥା ସର୍ବଭାରତୀୟ ଶ୍ରମିକ ସଂଗଠନ ଆଇଏଫଟିୟୁର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ଓଡିଶା ଆଉଟସୋର୍ସିଙ୍ଗ ପୌର କର୍ମଚାରୀ ସଙ୍ଘ ଜିଲ୍ଲା ସଭାପତି ପ୍ରଶାନ୍ତ ପରିଛା, ସମ୍ପାଦକ ଉତ୍ତମ ନାୟକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ, ସ୍ଥାନୀୟ ସଙ୍ଘ ର ସଭାପତି ଟୁନା ରଥ, ରାହୁଲ ନାୟକ, ରୋହନ ଦାସ,ରୋହିତ ଦାସ, ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I ନିବେଦନ ରାହୁଲ -70080 93908ପ୍ରଶାନ୍ତ ପରିଛା -9937609070 (ଜିଲ୍ଲା ସଭାପତି)