ବ୍ରହ୍ମଗିରିରେ ନୂତନ କଲ୍ୟାଣ ମଣ୍ଡପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସଞ୍ଜୟ କୁମାର ଦାସବର୍ମା
ପୂର୍ବତନ ମନ୍ତ୍ରୀ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ କରକମଳରେ ବ୍ରହ୍ମଗିରି ବ୍ଲକ ନିଆଜପୁର ପଞ୍ଚାୟତ ନିଆଜପୁର ଗ୍ରାମ ଠାରେ ନୂତନ ପଞ୍ଚାୟତ ଭବନ ଏବଂ ମା ବସନ୍ତାଇଙ୍କ ପିଠ ଠାରେ ନୂତନ କଲ୍ୟାଣ ମଣ୍ଡପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ଵପ୍ନାରାଣି ସ୍ଵାଇଁ, ସମ୍ମାନୀୟ ଅତିଥି ଭାବେ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡ଼ା, ସରପଞ୍ଚ ସୁରେନ୍ଦ୍ର କାଣ୍ଡି, ସମିତି ସଭ୍ୟ ଶୁକଦେବ ପଟ୍ଟନାୟକ ଓ ନିଆଜପୁର ପଞ୍ଚାୟତର ମହିଳା ଏବଂ ମୁରବି ପ୍ରମୁଖ ଉପସ୍ଥିତ ଥିଲେ।