ଅଗ୍ନି ବିପନ୍ନ ପରିବାରକୁ ଭେଟିଲେ ସଞ୍ଜୟ କୁମାର ଦାସବର୍ମା
![](https://teerthkhetra.com/wp-content/uploads/2021/07/IMG-20210716-WA0019-1024x768.jpg)
୧୫/୭-ଆଜି ସନ୍ଧ୍ୟା ୭ଟା.୩୦ ମିନିଟ୍ ସମୟରେ ବ୍ରହ୍ମଗିରି ବ୍ଲକ ଭୁବନପୁର ପଞ୍ଚାୟତ ଭୁବନପୁର ଗ୍ରାମର ଅଗ୍ନି ବିପନ୍ନ ପରିବାର ପାଣ୍ଡବ ସ୍ଵାଇଁଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଭେଟି ଆଶ୍ଵସନା ଦେବା ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି। ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ଉପସ୍ଥିତ ଥିଲେ ବ୍ରହ୍ମଗିରି ତହସିଲଦାର କାହ୍ନୁଚରଣ ଘଡେ଼ଇ, ବ୍ଲକ ଉପ ଉନ୍ନୟନ ଅଧିକାରୀ ଉମାଚନ୍ଦ୍ର ସେଠି, ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡା ଓ ସରପଞ୍ଚଙ୍କ ପ୍ରତିନିଧି ଆଲୋକ ପ୍ରଧାନ।