ଭଦ୍ରକ ଜିଲ୍ଲା କଂଗ୍ରେସ ତରଫ ରୁ ବାଇପାସ ଜଗନ୍ନାଥ ମନ୍ଦିର ପାର୍ଶ୍ବରେ ସଂକୀର୍ତ୍ତନ ସତ୍ଯାଗ୍ରହ

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ର ୪ ଦ୍ବାର ଭକ୍ତ ମାନଙ୍କ ପାଇଁ ଖୋଲା କରିବା ଓ ରତ୍ନ ଭଣ୍ଡାର ଖୋଳି ସମସ୍ତ ଅଳଙ୍କାର ଗଣତି କରିବା ,ବେଦାନ୍ତ କମ୍ପାନୀ ପକ୍ଷରୁ ଅଧିଗ୍ରହଣ କରାଯାଇ ଥିବା ଜଗନ୍ନାଥ ଜମି ଏବଂ ସାଧାରଣ ଲୋକଙ୍କ ଚାଷ ଜମିକୁ ଫେରସ୍ତ କରାଯିବା ଦାବି ନେଇ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ “ସଂକୀର୍ତ୍ତନ ସତ୍ଯାଗ୍ରହ” ଅନଶନ କରାଯାଇଛି, ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି ଙ୍କ ନେତୃତ୍ବ ରେ ଜିଲ୍ଲା କଂଗ୍ରେସ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର କହିଛନ୍ତି ସରକାର ଏହି ଧାଡି ଦର୍ଶନ ବନ୍ଦ କରି ପୂର୍ବ ଭଳି ମନ୍ଦିର ର ସମସ୍ତ ଦ୍ବାର ଭକ୍ତ ଙ୍କ ପାଇଁ ଖୋଲା କରିବାକୁ ଏହି ସଂକୀର୍ତ୍ତନ ସତ୍ଯାଗ୍ରହ ମାଧ୍ୟମ ରେ ଦାବି କରାଯାଇଛି ଏଥି ସହିତ ଶ୍ରୀ ଜଗନ୍ନାଥ ଙ୍କ ରତ୍ନ ଭଣ୍ଡାର ର ସମସ୍ତ ଅଳଙ୍କାର ଗଣତି ଓଜନ କରିବାକୁ ଦାବି କରାଯାଇଛି ଏହା ବ୍ୟତୀତ ବେଦାନ୍ତ ପକ୍ଷରୁ ନିଆଯାଇଥିବା ଜଗନ୍ନାଥ ଜମି ଓ ସାଧାରଣ ଲୋକଙ୍କ ଜମି ଫେରସ୍ତ କରାଯିବାକୁ କଂଗ୍ରେସ ଦୃଢ ଦାବି କରିଛିଏହି ସତ୍ଯାଗ୍ରହ ରେ ବହୁ କଂଗ୍ରେସ ଦଳ ର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ
Punil Kumar Samanta reporter