ତ୍ରିନାଥ ଫାଉଣ୍ଡେସନ ତରଫରୁ ସାରସ୍ଵତ ମହୋତ୍ସବ

ବ୍ରହ୍ମପୁର ୩/୬ ତ୍ରିନାଥ ଫାଉଣ୍ଡେସନ ଭଞ୍ଜନଗର ଓ ଗଞ୍ଜାମ ଜିଲ୍ଲା ଭାଷା,ସାହିତ୍ୟ, କଳା ଓ ସଂସ୍କୃତି ପରିଷଦ ତରଫରୁ ସାରସ୍ଵତ ମହୋତ୍ସବ ମଙ୍ଗଳବାର ରାମହରି ନଗର୍ ଶିଶୁ ମନ୍ଦିର ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ପୁରସ୍କାର ପ୍ରାପ୍ତ ସାରସ୍ଵତ ସାଧକ ତଥା ପୂର୍ବତନ ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ନାୟକ ଙ୍କ ୮୧ତମ ଜୟନ୍ତୀ ପାଳନ ଅବସରରେ ତାଙ୍କୁ ଶୁଭକାମନା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ପ୍ରଫେସର ଇ.ରାଜା ରାଓ, ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ, ପ୍ରଫେସର ମନ୍ମଥ ପାଢ଼ୀ, ଡ. ହରେକୃଷ୍ଣ ନାୟକ, ଡ କୃତିବାସ ବିଶ୍ଵାଳ ଓ ସନ୍ତୋଷ କୁମାର୍ ଜେନା ପ୍ରମୁଖ ଯୋଗ ଦେଇ ଆଜିର ଯୁଗରେ ସାହିତ୍ୟ ଓ ସଂସ୍କୃତିର ଆବଶ୍ୟକତା ନେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ ।କାର୍ଯ୍ୟକ୍ରମରେ ଡ଼. ବନମାଳୀ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ଜଗନ୍ନାଥ୍ ଙ୍କ ଭଜନ ଗାନ କରିଥିବା ବେଳେ ବହୁ କଳାକାର ନୃତ୍ୟ , ସଙ୍ଗୀତ ଓ ଶ୍ଳୋକ ଗାନ କରିଥିଲେ ।ଏଠାରେ ବହୁ ସାହିତ୍ୟିକ,ଶିକ୍ଷାବିତ୍ ଙ୍କ ସହ ପ୍ରତିଭାଧାରୀ ବ୍ୟକ୍ତିତ୍ଵ ମାନଙ୍କୁ ସମ୍ମାନୀତ କରାଯାଇଥିଲା