ଗୋ ପୂଜନ, ବୃକ୍ଷ ପୂଜନ ଓ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

ଅଗଷ୍ଟ 30 ତାରିଖ ବୁଧବାର ଦିନ ରାୟଗଡା ଜିଲ୍ଲା ଅନ୍ତର୍ଗତ ଜେ.କେ. ପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଶ୍ରୀ ଗୁରୁଜୀ ନଗର ଠାରେ ଗୋ ପୂଜନ, ବୃକ୍ଷ ପୂଜନ ଓ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାନନୀୟ ଶ୍ରୀଯୁକ୍ତ ରଶ୍ମୀରଂଜନ ଚମ୍ପତି ( ପ୍ରବନ୍ଧକ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଜେ. କେ. ପୁର) ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ମାନନୀୟ ଶ୍ରୀଯୁକ୍ତ ସନ୍ତୋଷ ସାହୁ (ସଭାପତି, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଥେରୁବାଲି ), ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ (ରାୟଗଡା ସଙ୍କୁଳ ପ୍ରମୁଖ) ଓ ଶ୍ରୀଯୁକ୍ତ ଙରିହର ଖମାରି (ଅତିରିକ୍ତ ସାମାଜିକ ଦାୟିତ୍ୱବୋଧ, ଜେ କେ ପେପର ମିଲ, ଜେ.କେ. ପୁର) ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ଅରୁଣ କୁମାର ମହାପାତ୍ର ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆମ୍ଭ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରଘୁନାଥ ବେହେରା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ତାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା । ଶିଶୁ ଭଉଣୀମାନେ ସ୍ୱାଗତ ସଙ୍ଗୀତ ଓ ବ୍ୟକ୍ତିଗତ ସଂଗୀତ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି, ସଂପାଦକ ଉକ୍ତ ଦିବସର ମହତ୍ତ୍ୱ ବିଷୟରେ ଶିଶୁଙ୍କୁ ମାର୍ଗ ଦର୍ଶନ କରାଇଥିଲେ ।  ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ଗୋ ପୂଜନ ଓ ବୃକ୍ଷ ପୂଜନ କରାଯାଇ ଗୋମାତାଙ୍କୁ, ବୃକ୍ଷମାନଙ୍କୁ ରାକ୍ଷୀ ବାନ୍ଧିବା  କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଜୟ ଗୁରୁଜୀ ବନ୍ଦନା ଓ ସ୍ୱପ୍ନା ଗୁରୁମା ସଂଚାଳନ କରିଥିଲେ । ଆମ୍ଭ ଅନୁଷ୍ଠାନର ସଂପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ 220 ଜଣ ଶିଶୁ ଉପସ୍ଥିତ ଥିଲେ । ସମସ୍ତ ଗୁରୁଜୀ, ଗୁରୁମା ଓ ମାଉସୀ ମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମରେ ସାହାଯ୍ୟ ଓ ସହଯୋଗ କରିଥିଲେ ।  

Leave a Reply

Your email address will not be published. Required fields are marked *