କୋଣାର୍କ ସରସ୍ଵତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ


କୋଣାର୍କ : ପ୍ରଭୂ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଉପଲକ୍ଷେ ବୁଧବାର ପୂର୍ବାହ୍ନରେ କୋଣାର୍କ ସରସ୍ଵତୀ ଶିଶୁ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମେଘନାଦ ସ୍ବାଇଁଙ୍କ ତତ୍ବାବଧାନରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ଯୁଣେଇ ଭୈରବ ନୋଡାଲ ସ୍କୁଲ୍ ପ୍ରଧାନ ଶିକ୍ଷକ ସ୍ମରଜିତ ସେନ୍ ଓ ସମାଜସେବୀ ନିଲମ୍ ପରିଡ଼ା ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ଜନ୍ମାଷ୍ଟମୀ ଉତ୍ସବ ଓ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିଭିନ୍ନ ବର୍ଗର ୪୫ଜଣ ଶିଶୁ ଭାଈ ଭଉଣୀ ବିଭିନ୍ନ ବେଶରେ ଭାଗ ନେଇଥିଲେ। କୃଷ୍ଣ ବେଶ ସହିତ ରାଧା, ବଳରାମ, ସୁଦାମା, ଯୋଷୋଦା ବେଶରେ କୁନା କୁନି ପିଲାମାନେ ଭାଗ ନେଇ ନିଜର ଖୁସି ଜାହିର କରିଥିଲେ। କାର୍ଯ୍ୟକ୍ରମ କୁ ବଡ ଗୁରୁମା ରିତାଞ୍ଜଳି ଦାସ ଓ ଉତ୍ସବ ପ୍ରମୁଖ ଗୀତା ରାଣୀ ପଣ୍ଡାଙ୍କ ସମେତ ସମସ୍ତ ଗୁରୁମା ଓ ଗୁରୁଜୀ ପରିଚାଳନା କରିଥିଲେ।

ରିପୋର୍ଟ : ଜ୍ଞାନ ରଞ୍ଜନ ବିଶ୍ଵାଳ

Leave a Reply

Your email address will not be published. Required fields are marked *