ମିଥ୍ୟା ଅଭିଯୋଗ ଖଣ୍ଡନ ସକାଶେ ସରପଞ୍ଚ ଙ୍କ ସାମ୍ବାଦିକ ସମ୍ମିଳନୀ

19/12/23 କଂଧମାଳ ଜିଲ୍ଲା ରାଇକିଆ ବ୍ଲକ ବେରେଡାକିଆ ପଂଚାୟତ ଠାରେ ସରପଞ୍ଚ ଅକ୍ଷୟ କୁମାର ପ୍ରଧାନ ଙ୍କ ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଅଛି।କିଛିଦିନ ପୂର୍ବରୁ ଏକ ଗଣମାଧ୍ୟମ ଦ୍ଵାରା ବେରେଡାକିଆ ପଂଚାୟତ ଠାରେ ନିର୍ମିତ ହେଉଥିବା ଏକ ଅମୃତ ସରୋବର କାର୍ଯ୍ୟ ରେ ସରପଞ୍ଚ ଦୁର୍ନୀତି ରେ ଲିପ୍ତ ଥିବା ଖବର ପ୍ରକାଶ ପାଇଥିଲା ଯାହାକୁ ନେଇ ଆଜି ସରପଞ୍ଚ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଏଥିରେ ମୋରୋ କୌଣସି ହାତ ନାହିଁ ଯାହା କାମ ହେଉ ଅଛି ସବୁ ପଂଚାୟତ ସମିତି ଅର୍ଥାତ୍ ବିଡ଼ିଓ ,ଗ୍ରାମ ସେବକ,ଯନ୍ତ୍ରୀ,ଗ୍ରାମ ରୋଜୋଗାର ସେବକ ଙ୍କ ମାଧ୍ୟମ ରେ ହେଉଥିବା ବେଳେ କିଛି ରାଜନୈତିକ ଅଭିସନ୍ଧି ରଖି ମୋତେ ବଦନାମ୍ କରାଯାଉଅଛି।ଏହି ଖବର ପ୍ରସାରିତ ହେବା ପରେ ମୁଁ ମାନସିକ ଭାରସାମ୍ୟ ହରାଇଥିବା ବେଳେ ଚିନ୍ତା ଗ୍ରସ୍ତ୍ ରେ ରହିଅଛି ଏବଂ ଆଇନ ର ଆଶ୍ରୟ ନେଇ ଅଛି।ସେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅନୁରୋଧ କରିଛନ୍ତି ଯେ ଏହାର ପ୍ରକୃତ ସତ୍ୟାସତ୍ୟ ବାହାର୍ କରି ମୋତେ ନ୍ୟାୟ ପ୍ରଦାନ କଲେ ମୁ ଗଣମାଧ୍ୟମ ପାଖେ ଚିର ରୁଣୀ ହୋଇ ରହିବି।