ଜିଲ୍ଲା କଂଗ୍ରେସ ସମ୍ବିଧାନ ବଞ୍ଚାଅ ସମାବେଶ

ଜିଲ୍ଲା କଂଗ୍ରେସ ସମ୍ବିଧାନ ବଞ୍ଚାଅ ସମାବେଶ ପ୍ରଦେଶ କଂଗ୍ରେସ କମିଟି ଆହ୍ବାନ କ୍ରମେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସମାବେଶ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ସଭାପତିତ୍ବରେ ଆଦିକବି ଶାରଳା ଦାସ ସଂସ୍କୃତ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ସମାବେଶରେ ପିସିସି ଉପସଭାପତି ତଥା ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗଦେଇ ସମ୍ବିଧାନ ସୁରକ୍ଷା ନିମନ୍ତେ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅଭୟ କୁମାର ସାହୁ, ପିସିସି ଉପ ସଭାପତି ତଥା ପୂର୍ବତନ ବିଧାୟକ ଡ଼ ଲଲାଟେନ୍ଦୁ ମହାପାତ୍ର,ପୂର୍ବତନ ସାଂସଦ ରଞ୍ଜିବ ବିଶ୍ବାଳ, ପିସିସି ସାଧାରଣ ସମ୍ପାଦକ ୟାସିର୍ ନବାଜ, ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ ନଳିନୀ କୁମାର ସ୍ବାଇଁ, ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ ହିମାଂଶୁ ଭୁଷଣ ମଲ୍ଲିକ,ପାରାଦ୍ଵୀପ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ନିରଞ୍ଜନ ନାୟକ, ଜଗତସିଂହପୁର ନିର୍ବାଚନ ମଣ୍ଡଳୀର‌ କଂଗ୍ରେସ ନେତ୍ରୀ ପ୍ରତିମା ମଲ୍ଲିକ, ଜଗତସିଂହପୁର ର ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ କଂଗ୍ରେସ ସଙ୍ଗଠନ କୁ ସୁଦୃଢ କରିବା ସହିତ ଅନେକ କଂଗ୍ରେସ ନେତା ଓ କର୍ମୀମାନେ ଯେଉଁ ମାନେ କଂଗ୍ରେସ ଦଳ ଛାଡି ଚାଲି ଯାଇଥିଲେ ସେମାନଙ୍କୁ ମଧ୍ୟ ଦଳକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି । ଅପରପକ୍ଷରେ ରାହୁଲ ଗାନ୍ଧୀ ଙ୍କ ନେତୃତ୍ୱରେ କଂଗ୍ରେସ ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିବ ବୋଲି ବରିଷ୍ଠ କଂଗ୍ରେସ ନେତା ରଂଜିବ ବିଶ୍ୱାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *