କୋଣାର୍କରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ

କୋଣାର୍କ — କିନ୍ନର ପାଳିଲେ ସାବିତ୍ରୀ ବ୍ରତ। ପ୍ରତିବର୍ଷ ଭଳି ଚଳିତ ବର୍ଷ ବିଭିନ୍ନ କିନ୍ନର ଆଖଡ଼ା ପକ୍ଷରୁ ସାବିତ୍ରୀ ବ୍ରତ ପୂଜା କରାଯାଇଛି। ମଥାରେ ସିନ୍ଦୂର ନାଇ ବରଗଛକୁ ଶାଢୀ ପିନ୍ଧାଇ, ସମସ୍ତଙ୍କ ଶୁଭ ମନାସି କିନ୍ନର ମାନେ ବ୍ରତ ପାଳିଛନ୍ତି । ନିଜ ନିଜ ଗୁରୁଙ୍କୁ ପୂଜା କରି ବ୍ରତ ଭାଙ୍ଗିଛନ୍ତି। କୋଣାର୍କ ମା ଭଗବତୀଙ୍କ ପୀଠରେ ଏକ ବରଗଛ ମୂଳରେ କିନ୍ନର ଦିପସା ଓ ତାଙ୍କ ସାଥିମାନେ ସାବିତ୍ରୀ ପୂଜା କରିଛନ୍ତି। କିନ୍ନର ମାନେ ଗୁରୁଙ୍କୁ ପୂଜା କରି ଦୀର୍ଘାୟୁ କାମନା କରିଥିଲେ। ଗୁରୁ ମାନଙ୍କ ଉପବାସ କରିଛନ୍ତି। ବିଭିନ୍ନ ଫଳମୂଳ ଭୋଗ ଲଗାଇଛନ୍ତି। ଘର ଛାଡି କିନ୍ନର ସଂଘରେ ଯୋଗଦେବା ପରେ ଏବେ ଗୁରୁ ହିଁ ସବୁକିଛି ବୋଲି କହିଛନ୍ତି ବ୍ରତ ରଖିଥିବା କିନ୍ନର ମାନେ। ନିଜ ଗୁରୁଙ୍କୁ ଶ୍ରଦ୍ଧାର ସହ ପୂଜା କରିଛନ୍ତି। ବର ଗଛକୁ ସୂତା ବାନ୍ଧି, ଲୁଗା ପିନ୍ଧାଇଛନ୍ତି। ପୂଜା ସରିବା ପରେ ତାଙ୍କ ପାଦ ଧୁଆ ପାଣି ପିଇ ବ୍ରତ ଭାଙ୍ଗିଛନ୍ତି। କୋଣାର୍କ କିନ୍ନର ସଙ୍ଘର ମୁଖ୍ୟ ଦୀପା କିନ୍ନରଙ୍କ ନେତୃତ୍ୱରେ ଶାନ୍ତି , ସୁକାନ୍ତି , ସନ୍ଧ୍ୟା , କୁନି, ଶ୍ରଧା , ତୁଳସୀ , ଲକ୍ଷ୍ମୀ , ଚିନୁ , ଗଙ୍ଗା ,କାଜଲ ,ଶିବାନୀ କିନ୍ନର ପ୍ରମୁଖ ସାବିତ୍ରୀ ବ୍ରତ ପାଳନ କରି ପୂଜାର୍ଚ୍ଚନା କରିଥିଲେ।

Leave a Reply

Your email address will not be published. Required fields are marked *