ସାବିତ୍ରୀ ରେ ଅଧବାଟରେ ରହିଗଲେ ସ୍ବାମୀ ଛକି ବସିଥିଲା ଯମ

Date-26/05/2025Place- ସୋରଡ଼ା , ସାବିତ୍ରୀ ଅମାବାସ୍ୟା ରେ ଅଧାଵାଟରେ ରହିଗଲେ ସ୍ୱାମୀ ଛକି ବସିଥିଲା ଯମ ନେଇଗଲା ଜୀବନ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଲାଠିପଡ଼ା ଗ୍ରାମ ନିକଟରେ | ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ ସିଂହବର୍ଦ୍ଧନ ଗ୍ରାମ ର ବିରଞ୍ଚି ଭୂୟାଁ ଭଣଜା ସାଗର ବିଷୋୟୀ ଙ୍କ ସହ ଗୁଡ଼ିପଲ୍ଲୀ ଶଶୁର ଘର କୁ ସ୍ତ୍ରୀ ର ସାବିତ୍ରୀ ପୂଜା ପାଇଁ ଯାଉଥିବା ବେଳେ ଦଇବ ସାଜିଲା ଦାଉ କୁଲାଙ୍ଗୀ ଲାଠିପଡ଼ା ମଝିରେ ଥିବା ବନ୍ଧ ନିକଟ ସଂକୀର୍ଣ୍ଣ ରାସ୍ତା ରେ ବିପରୀତ ଦିଗ ସୋରଡ଼ା ପଟୁ ଆସୁଥିବା ଏକ ବାଇକ କୁ ଧକ୍କା ହୋଇଥିଵା ବେଳେ ପଛପଟୁ ପୁଣି ଏକ ବାଇକ ବିରଞ୍ଚି ଙ୍କ ବୁଲେଟ କୁ ଧକ୍କା ଦେଇଥିଲା ଫଳରେ ବିରଞ୍ଚି ଙ୍କ ମୁଣ୍ଡ ଓ ଶରୀର ରେ ଶକ୍ତ ଆଘାତ ଲାଗି ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି | ତତସହିତ ରୋହିତ ସ୍ୱାଇଁ ଓ ସାଗର ବିଷୋୟୀ ମଧ୍ଯ ଅବସ୍ଥା ସଙ୍କଟପନ୍ନ ଥିବା ଜଣାପଡ଼ୁଛି l

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *