ମାତୃତ୍ୱ ଅବକାଶ ଆଇନକୁ ଏସସିରେ ଚ୍ୟାଲେଞ୍ଜ: ପୋଷ୍ୟ ସନ୍ତାନଙ୍କ ପାଇଁ ଭେଦଭାବପୂର୍ଣ୍ଣ ଅଭିଯୋଗ

ନୂଆଦିଲ୍ଲୀ,୧୨।୪ : ସୁପ୍ରିମକୋର୍ଟରେ ମାତୃତ୍ୱ ଆଇନର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇଛି ଏବଂ ପୋଷ୍ୟ ସନ୍ତାନମାନଙ୍କ ପାଇଁ ମାତୃତ୍ୱ ଅବକାଶ ନିୟମ ଭେଦଭାବପୂର୍ଣ୍ଣ ବୋଲି ଅଭିଯୋଗ କରାଯାଇଛି। ୨୮ ଏପ୍ରିଲରେ ସୁପ୍ରିମକୋର୍ଟ ଏହି ଜନସ୍ବାର୍ଥ ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଏଥିରେ କୁହାଯାଇଛି, ମାତୃତ୍ୱ ଅଧିନିୟମ ଅନୁଯାୟୀ, ୩ ମାସରୁ କମ ବୟସ୍କ ପିଲାମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯିବା ପରେ ମାତୃତ୍ୱ ଛୁଟି ଦିଆଯାଇପାରିବ।

ତେବେ ଭେଦଭାବପୂର୍ଣ୍ଣ ଯୋଗୁ ମାତାପିତାମାନେ ନବଜାତ ସନ୍ତାନ ଅପେକ୍ଷା ବୟସ୍କ ପିଲାମାନଙ୍କ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି ।

ମାତୃତ୍ୱ ସୁବିଧା ଅଧିନିୟମରେ ଏକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇଛି। ଯେଉଁଥିରେ ଦର୍ଶାଯାଇଛି ୩ ମାସରୁ କମ ବୟସ୍କ ପିଲାମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ହିଁ ମାତୃତ୍ୱ ଛୁଟି ପାଇବାକୁ ଯୋଗ୍ୟ ହେବେ। ପୋଷ୍ୟ ସନ୍ତାନମାନଙ୍କ ପ୍ରତି ଏହି ବ୍ୟବସ୍ଥା ଭେଦଭାବପୂର୍ଣ୍ଣ ଏବଂ ମନମୁଖୀ ଅଟେ। ତିନି ମାସରୁ ଅଧିକ ବୟସର ସନ୍ତାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ମାତୃତ୍ୱ ଛୁଟି ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏହିପରି ପାର୍ଥକ୍ୟ ଯୋଗୁ ମାତାପିତାମାନେ ନବଜାତ ସନ୍ତାନ ଗ୍ରହଣ କରିବାକୁ ପସନ୍ଦ କରିବେ ନାହିଁ।

୩ ମାସରୁ କମ ପିଲାମାନଙ୍କୁ ପୋଷ୍ୟ ଗ୍ରହଣ କଲେ ଦିଆଯାଇଥିବା ମାତୃତ୍ୱ ଛୁଟିର ଅବଧି ବିରୋଧରେ ମଧ୍ୟ ଆବେଦନ କରାଯାଇଛି। ପୋଷ୍ୟ ସନ୍ତାନ କ୍ଷେତ୍ରରେ ଏହି ଛୁଟି ୧୨ ସପ୍ତାହ ଥିବାବେଳେ ପ୍ରକୃତ ମାତାମାନଙ୍କୁ ୨୬ ସପ୍ତାହ ମାତୃତ୍ୱ ସୁବିଧା ମିଳିଥାଏ।

Leave a Reply

Your email address will not be published. Required fields are marked *