ମନରେଗା ଯୋଜନାରେ ଘୋଟଲା , ଶ୍ରମିକ ବଦଳରେ ମେସିନ କରୁଛି କାମ

କାମାକ୍ଷାନଗର :-ମନରେଗା ଯୋଜନା ରେ ଘୋଟଲା,ଶ୍ରମିକ ବଦଳ ରେ ମେସିନ କରୁଛି କାମ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ପଂଚାୟତ ପଲ୍ଲୀ ସାନ୍ତରା ପୁର ଗାଁ ରେ ଏଠି ଶ୍ରମିକ ଭୋକ ଉପାସ ରେ ରହି ଥିବା ବେଳେ କିଛି ଅସାଧୁ ଠିକାଦାର ମେସିନ ଲଗାଇ କାମ କରୁଛନ୍ତି l ପ୍ରଥମେ ଜେସିବି ଲଗାଇ ମାଟି ଖୋଳୁଛନ୍ତି ଓ ପରେ ଟିପର ଲଗାଇ ମାଟି ବୋହୁଛନ୍ତି l କାର୍ଯ୍ୟ ସରିଲା ପରେ ଚଞ୍ଚକତା କରି ସୁବିଧା ଦେଖି ଆପ୍ରୁଭ କରି କାଗଜ ପତ୍ର ରେ ବିଲ ପାସ କରାଇ ଦେଉଛନ୍ତି l ଏଠି କେବଳ ଅସାଧୁ ଠିକାଦାର ନୁହେଁ କିଛି ଅସାଧୁ ସରକାରୀ କର୍ମଚାରୀ ମଧ୍ୟ ଠିକାଦାର ଙ୍କ ସାଙ୍ଗରେ ରହି ସେମାନଙ୍କୁ ସାହାଯ୍ୟ କରୁଛନ୍ତି l ମନରେଗା କାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ତତ୍ଵାବଧାନ ରେ କରାଯାଉଥିବା ବେଳେ ବ୍ଲକ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ ଗୁଡିକ ତଦାରଖ କରିବାର ନିୟମ ଥିଲାବେଳେ ସପ୍ତାହ କୁ ସପ୍ତାହ ଶ୍ରମିକ ଙ୍କ ଉପସ୍ଥାପନ ମାଷ୍ଟ୍ରରୋଲ ଉଲ୍ଲେଖ କରାଯାଇ ଶ୍ରମିକ ମାନଙ୍କ ଦସ୍ତଖତ କିମ୍ବା ଟିପ ଚିହ୍ନ ରହିବାସହ ସେମାନଙ୍କ ବ୍ୟାଙ୍କ ଖାତାକୁ ମଜୁରୀ ଯିବାର ବ୍ୟବସ୍ଥା ରହିଛି l କିନ୍ତୁ ପ୍ରକୃତ ପକ୍ଷେ ଠିକାଦାର ଓ ସରକାରୀ ଅଧିକାରୀ ଙ୍କ ସଲାସୁତରାରେ ଠିକାଦାର ମାନେ ନିଜ ଲୋକଙ୍କୁ ଜବକାର୍ଡ ଦେଇ ଶ୍ରମିକ ସଜାଇ ସେମାନଙ୍କୁ ମଜୁରୀ ଦେଇଥିବା ଜଣା ପଡିଛି l କାନପୁରା ସରପଞ୍ଚ ଙ୍କୁ ଏବିଷୟରେ ପଚାରିବା ପାଇଁ ଯୋଗାଯୋଗ କରିବାକୁ ଚାହିଁଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା l

ରିପୋର୍ଟ- ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।

Leave a Reply

Your email address will not be published. Required fields are marked *