ପଞ୍ଚମ ବୃତ୍ତି ରେ ରାଜେଶ ଜେନା ତୃତୀୟ ବୃତ୍ତି ରେ ସଂପୂର୍ଣ୍ଣା ମିଶ୍ର ଗୋପ ବ୍ଲକ ଟପର

ପଞ୍ଚମ ବୃତ୍ତି ରେ ରାଜେଶ ଜେନା ତୃତୀୟ ବୃତ୍ତି ରେ ସଂପୂର୍ଣ୍ଣା ମିଶ୍ର ଗୋପ ବ୍ଲକ ଟପର lଗୋପ :୨୦/୦୨/୨୫ (ତୀର୍ଥ କ୍ଷେତ୍ର) ବିଗତ ବର୍ଷ ପୁରୀ ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା ପଞ୍ଚମ ଶ୍ରେଣୀ ଓ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ର ଫଳାଫଳ ଅହେତୁକ ବିଳମ୍ବ ପରେ ଗତ ୧୯ ତାରିଖ ବୁଧୁବାର ହିଁ ପ୍ରକାଶିତ ହୋଇଛି l ଗୋପ ଶିକ୍ଷା ମଣ୍ଡଳ ରେ ପଞ୍ଚମ ଶ୍ରେଣୀ ବୃତ୍ତି ନିମନ୍ତେ ମୋଟ ୨୨୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ସ୍ଥଳେ ସେମାନଙ୍କ ମଧ୍ୟ ରୁ ମାତ୍ର ୧୪ଜଣ ବୃତ୍ତି ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ଠିକ ସେହିପରି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ନିମନ୍ତେ ମୋଟ ୨୯୬ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବସ୍ଥଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୪ ଜଣ କୃତ କାର୍ଯ୍ୟ ହୋଇଛନ୍ତି l ଗୋପ ହାପି କଲୋନୀ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ର ଛାତ୍ର ରାଜେଶ ଜେନା ୨୦୨୪ ଶିକ୍ଷା ବର୍ଷ ପାଇଁ ପଞ୍ଚମ ଶ୍ରେଣୀ ସରକାରୀ ବୃତ୍ତି ପାଇବା ସହିତ ବ୍ଲକ ଟପର ହୋଇଛନ୍ତି l ଦ୍ୱତୀୟ ସ୍ଥାନ ଅଧିକାର କରିଛନ୍ତି ସେହିଁ ବିଦ୍ୟାଳୟ ର ଛାତ୍ରୀ ସ୍ୱୟଂସ୍ଥିତ ପ୍ରଜ୍ଞ୍ୟା ୟାଦବ l ଠିକ ସେହିପରି ମଲ୍ଲଗ୍ରାମ ପି ୟୁ ପି ଏସ ସ୍କୁଲ ଛାତ୍ରୀ ସ୍ଵାଗତିକା ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ସ୍ୱାୟଂଶ୍ରୀ ନାୟକ lସୁଶ୍ରୀ ଶ୍ରୀୟାଲିନ ଦାସ l ବିଶ୍ୱଜିତ ସାହୂ lମାନସ୍ବିନୀ ପ୍ରଧାନ l ସୁପ୍ରିୟା ପ୍ରିୟଦର୍ଶିନୀ ବେହେରା l ଅଞ୍ଜେଲିନା ସ୍ୱାଇଁ lଆଦିତ୍ୟ ପରିଡା l ଆଶୁତୋଷ ନାୟକ lହରପ୍ରିୟା ବିଶ୍ୱାଳ l ଦିପାଲୀ ପ୍ରଧାନ lଲଷ୍ମୀପ୍ରିୟା ବେହେରା l ଠିକ ସେହିପରି ତୃତୀୟ ଶ୍ରେଣୀ ରେ ଗୋପ ବ୍ଲକ ଟପର ହୋଇଛନ୍ତି ଗୋପ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ଛାତ୍ର ଶୁଭ୍ରାଂଶୁ ସୌରଭ ସ୍ୱାଇଁ l ଦ୍ୱତୀୟ ସ୍ଥାନ ଅଧିକାର କରିଛନ୍ତି ମଲ୍ଲଗ୍ରାମ ପି ୟୁ ପି ଏସ ର ଛାତ୍ର ଦେବୀପ୍ରସାଦ ମିଶ୍ର l ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଯଉଁଲି ପୋଖରୀ ଶ୍ୱେତସୀମରଣ ବିଶ୍ୱାଳ l ସିଦ୍ଧିସମ୍ପୂର୍ଣ ପଣ୍ଡା l ଆଶିଷ ବେହେରା l ନାରାୟଣ ସ୍ୱାଇଁ l ମଧୁସ୍ମିତା ପତି l ସୂର୍ଯ୍ୟ ପ୍ରସାଦ ତ୍ରିପାଠୀ l ଦ୍ୟୁତିକାନ୍ତ ସ୍ୱାଇଁ l ସାଈଶ୍ଵଅଷ୍ଟିକ ପଣ୍ଡା l ପ୍ରିୟାଂଶୁ ପ୍ରଧାନ ସଂପୂର୍ଣ୍ଣା ମିଶ୍ର l ଆରାଧ୍ୟା ରାଉତ l ଦେବରାଜ ସାଠୁଆ l ଏମାନେ ସମସ୍ତେ ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ୨୦୨୪ଶିକ୍ଷା ବର୍ଷ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବାରୁ ନିଜ ନିଜ ସ୍କୁଲ ଖୁସିର ଲହରୀ ଖେଳିଯାଇଛି l

Leave a Reply

Your email address will not be published. Required fields are marked *