ବିଦ୍ୟାଳୟ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ,ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଶିକ୍ଷା ଅଧିକାରୀ ଅଧିନସ୍ଥ ଘୋରଡ଼ିଆ କ୍ଲଷ୍ଟର ର ବିଜେବି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ପୋଷାକ ବିତରଣ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି ! ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧକ୍ଷା ବାସନ୍ତି ସାହୁ, ମୁଖ୍ୟ ବକ୍ତା ଭାବେ ବ୍ଲକ ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ସମ୍ମାନିତ ଅତିଥିରୂପେ ସ୍ଥାନୀୟ ସରପଞ୍ଚ ପ୍ରଭାତୀ ବେହେରା, ସମିତିସଭ୍ୟା ଅର୍ଣ୍ଣପୂର୍ଣ୍ଣା ରଣଜିତ ସିଆରସିସି ତପନ କୁମାର ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷା ମରିୟମ ବିବି, ଉପାଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ ! ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସାକିନା ବେଗମ ଏହି ଉତ୍ସବରେ ଅଧକ୍ଷତା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ ! ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଏବଂ ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ , ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ ।
ଏହି ଦିବସ ଅବସରରେ ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ପଦାରବିନ୍ଦରେ ପ୍ରଦୀପ ପ୍ରଜ୍ବଳନ ପରେ ଅତିଥି ପରିଚୟ ପ୍ରଦାନ, ଉତ୍ତରୀୟ ଓ ପୁଷ୍ପ ସମ୍ବର୍ଦ୍ଧନା ପରେ ଆରମ୍ଭ ହୋଇଥିଲା ସଭାକାର୍ଯ୍ୟ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଥିଲା । ବିଦ୍ୟାଳୟ ର କେତକ ଅସୁବିଧା ଓ ସମସ୍ୟା ସମ୍ପର୍କରେ ଅତିଥିଙ୍କ ଦୃଷ୍ଟି ଗୋଚର କରିଥିଲେ ବିଦ୍ୟାଳୟ ପରିଚାଳନା ସମିତି ଅଧକ୍ଷା ମରିୟମ ବିବି ଓ ଅନ୍ୟ କତୃପକ୍ଷ !ତେବେ ଏହି ସମସ୍ତ ସମସ୍ୟା ର ସମାଧାନ ଯଥାଶୀଘ୍ର କରାଯିବା ପାଇଁ ପ୍ରତିଶୃତି ଦେଇଥିଲେ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ ! ଏଥିରେ ଶିକ୍ଷକ ଅକ୍ଷୟ କୁମାର ପଣ୍ଡା,ବନମାଳୀ ସାହୁ, କାଳୁଚରଣ ସାହୁ, ସୁରେନ୍ଦ୍ର କୁମାର ବେହେରା ରବୀନ୍ଦ୍ର କୁମାର ସିଂଙ୍ଗ, ସୁନନ୍ଦ କୁମାର ପ୍ରଧାନ, ବିଭୁଦତ କଳାଚାନ୍ଦ ପ୍ରଧାନ , ଶିକ୍ଷୟତ୍ରୀ ସସ୍ମିତା ବଳବନ୍ତରାୟ, ସୁପ୍ରଭା ସାହୁ, ଅଭିଭାବକ ସୟିଦ ମହମ୍ମଦ ଓ କମିଟି ସଦସ୍ୟ /ସଦସ୍ୟା ମାନେ ଏଥିରେ ସହଯୋଗ କରିଥିଲେ ।