ବିଦ୍ୟାଳୟ ସ୍ତରୀୟ ବନାଟି ପ୍ରତିଯୋଗିତା ଅନୁଷ୍ଠିତ,ପୁରୀ

୨୪/୧ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସ୍ଥାନୀୟ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବନାଟି ସାଧାରଣ ଘୁର୍ଣ୍ଣନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |ପ୍ରତିଯୋଗିତାରେ ବାଳିକା ବିଭାଗ ରେ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ଶସ୍ମିତା ବେହେରା ପ୍ରଥମ, ଜୟଶ୍ରୀ ଦଳେଇ ଦ୍ଵିତୀୟ ଏବଂ ରିୟା ଦେ ତୃତୀୟ ସ୍ଥାନ ଅଧିକାର କରିଥିଲେ |ସେହିପରି ବାଳକ ବିଭାଗରେ ହରଚଣ୍ଡୀ ସାହି ସରସ୍ବତୀ ଶିଶୁ ମନ୍ଦିରର ତୃପ୍ତିକାନ୍ତ ହାଂସଦା ପ୍ରଥମ ସ୍ଥାନ ହାସଲ କରିଥବା ବେଳେ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ର ସଦାଶିବ ଶ୍ରୀଚନ୍ଦନ ଦ୍ଵିତୀୟ ଏବଂ ଆକାଶ ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି |ପ୍ରତିଯୋଗିତାରେ ବନାଟି ଗୁରୁ ତଥା ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ, ବନାଟି ଆଚାର୍ଯ୍ୟ ଜଗନ୍ନାଥ ସୁଆର, ସାମ୍ବାଦିକ କୈଳାଶ ଚନ୍ଦ୍ର ପଣ୍ଡା, ପିଣ୍ଟୁ ଜେନା ଓ ଆଲୋକ ଗୁରୁ ପ୍ରମୁଖ ବିଚାରପତି କାର୍ଯ୍ୟ ତୁଲାଇ ଥିଲେ |ଆସନ୍ତା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିବେ |ଶିକ୍ଷକ ଧର୍ମେନ୍ଦ୍ର ହାଂସଦା ପରିଚାଳନା ରେ ସହଯୋଗ କରିଥିଲେ |