ସ୍କୁଲ୍ ପରିଚାଳନା କମିଟି ସଭାପତି ଚୟନରେ ଅନିୟମିତତା ଅଭିଯୋଗ

ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବଡତରା ପଞ୍ଚାୟତ ଅଧିନ ଗଡରୂପାସ ଗ୍ରାମରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲ୍ ପରିଚାଳନା କମିଟି ସଭାପତି ଚୟନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ସଭାପତି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କାହୁଁ ଚରଣ ପାଣ୍ଡୀ ଅଭିଯୋଗ କରିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ମେମ୍ବର ଭାବେ ପୁର୍ବରୁ ୧୨ଜଣ ମନୋନୀତ ହୋଇଥିବା ବେଳେ ସଭାପତି ଚୟନ ବେଳେ ଜଣେ ଅନୁପସ୍ଥିତ ଥିଲେ। ୧୧ଜଣ ସଭ୍ୟ ମଧ୍ୟରୁ ଉଭୟ ପକ୍ଷଙ୍କ ପାଇଁ ୫ ଜଣ ଲେଖାଏଁ ଭୋଟ ଦିଆଯାଇଥିବା ବେଳେ ଏକ ଭୋଟରେ ଦୁଇ ପ୍ରାର୍ଥୀଙ୍କ ନାଁରେ ଭୋଟ ଦେଇଥିଲେ ଯାହା ନାକଚ ଭାବେ ଗଣା ହେବା କଥା। ସ୍ଥାନୀୟ ସରପଞ୍ଚ, ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ସମସ୍ତ କର୍ମଚାରୀ ମାନେ ଥିଲେ। ନାକଚ ଭୋଟ ହେବାରୁ ସମାନ ସଂଖ୍ୟକ ଭୋଟ ଦୁଇ ଜଣଙ୍କୁ ମିଳିଥିଲା। କିନ୍ତୁ ପ୍ରଧାନଶିକ୍ଷୟତ୍ରୀ ଏକପାଖିଆ କରି ଚଞ୍ଚକତା ସହ ବିପକ୍ଷ ପ୍ରାର୍ଥୀ ଖଗେଶ୍ୱର ଜେନାଙ୍କ ନାମରେ ଭୋଟ ଦିଆଯାଇଥିବା କହିଲେ। ଯାହାକୁ ନେଇ ଦ୍ଵନ୍ଦ ଉପୁଜିଥିଲା। ଏନେଇ କାହୁଁ ଚରଣ ପାଣ୍ଡୀ ଗୋପ ବିଡିଓ, ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ସହ ପୁରୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ପ୍ରଧାନ ଶିକ୍ଷୟତ୍ରୀ ସେମାନଙ୍କ କଥାକୁ ଖାତିର ନକରି ଅନିୟମିତା କରୁଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ ନିୟମ ଅନୁଯାୟୀ ପୁନଃ ଭୋଟ କିମ୍ବା ଗୁଳା ପକାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀଯୁକ୍ତ ପାଣ୍ଡୀ ଦାବି କରିଛନ୍ତି। ଏନେଇ ପ୍ରଧାନ ଶିକ୍ଷୟତ୍ରୀ ସତ୍ୟବତୀ ଦାସଙ୍କୁ ପଚାରିବାରେ ସେ କୌଣସି ସନ୍ତୋଷଜନକ ଉତ୍ତର ନଦେଇ ଏଡାଇ ଦେଇଥିଲେ। ବ୍ଳକ୍ ଶିକ୍ଷାଧିକାରୀ ଏନେଇ ଆଲୋଚନା କରିବା ନେଇ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ରିପୋର୍ଟ୍- ଜ୍ଞାନ ରଞ୍ଜନ ବିଶ୍ଵାଳ

Leave a Reply

Your email address will not be published. Required fields are marked *