ଜୋନାଲ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ଅନୁଷ୍ଠିତ

ବିଜ୍ଞାନ କେବଳ ଜ୍ଞାନ ବୃଦ୍ଧି କରେ ନାହିଁ ବରଂ ଅନ୍ଧବିଶ୍ୱାସ ଓ ଅଜ୍ଞାନ କୁ ଦୂର କରିବାରେ ସହାୟକ ହୋଇଥାଏ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ କହିଛନ୍ତି।ଆଜି ପୂର୍ବାହ୍ନ ରେ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱମ୍ଭର ବିଦ୍ୟାପୀଠ ଠାରେ ଜୋନାଲ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘୋଷ ମନୋରଞ୍ଜନ ମାଧ୍ୟମରେ ବିଜ୍ଞାନ ର ପ୍ରଚାର ପ୍ରସାର କରିବା ସହ ସମାଜରେ ଓ ସାଧାରଣ ଜନତା ଙ୍କ ମଧ୍ୟରେ ଥିବା ବିଭିନ୍ନ ଅନ୍ଧବିଶ୍ୱାସ କୁ ଦୂର କରିବା ଲକ୍ଷ୍ୟରେ ସରକାର ଗ୍ରହଣ କରିଥିବା ଏହି ବ୍ୟବସ୍ଥା ଅତ୍ୟନ୍ତ ଫଳପ୍ରଦ ହୋଇ ପାରିଛି ବୋଲି କହିଥିଲେ। ଯେଉଁ ମାନେ ଏଠାରେ ପ୍ରଦର୍ଶନ କରିବେ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଦଳଙ୍କୁ ରାଜ୍ୟ ସ୍ତରକୁ ପ୍ରେରଣ କରାଯିବ ବୋଲି କହିଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ବିଭିନ୍ନ ଉଦାହରଣ ମାଧ୍ୟମରେ ସମାଜ ରେ ରହିଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାର ସମ୍ପର୍କରେ ଆଲୋକପାତ କରିଥିଲେ।କେତେକ ଘଟଣା ଶିକ୍ଷା ଓ ସଚେତନତା ଅଭାବରୁ ସମାଜ କୁ ପ୍ରଭାବିତ କରିଥାଏ। ବିଜ୍ଞାନ ମାଧ୍ୟମରେ ନାଟକ ସମାଜ ରୁ କୁସଂସ୍କାର ହଟେଇବା ଦିଗରେ ଏକ ସଫଳ ପ୍ରୟାସ ହୋଇ ପାରିବ ବୋଲି ସେ କହିଥିଲେ।ବିଶ୍ୱମ୍ଭର ବିଦ୍ୟାପୀଠ ର ପ୍ରଧାନଶିକ୍ଷୟତ୍ରୀ ଶୁଭଶ୍ରୀ ଦାଶ ବିଜ୍ଞାନ ଡ୍ରାମା ର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଭାର୍ଗବୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶୈଳଜା ରାଜ ନନ୍ଦିନୀ ଶତପଥୀ, ଶିକ୍ଷା ବିଭାଗର ଡି ଏସ ଏସ ତାପସ କୁମାର ପ୍ରିୟଦର୍ଶନ, ନାଟ୍ୟ ବିଚାରକ କାଳୁ ଚରଣ ଦାଶ,କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଜିଲ୍ଲା ସ୍କୁଲ ଶିକ୍ଷକ ବିଦ୍ୟାଧର ମିଶ୍ର ମଞ୍ଚ ପରିଚାଳନା କରିଥିଲେ।ଏଥିରେ ପୁରୀ, ଖୋର୍ଦ୍ଧା, କଟକ,ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡା ଶିକ୍ଷା ଜିଲ୍ଲାର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।ପ୍ରତିଯୋଗିତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପୁରୀ ପ୍ରଥମ, ସରକାରୀ ଉଚ୍ଚ ବିଦ୍ୟାଳୟ ଗଙ୍ଗପଡା, ଖୋର୍ଦ୍ଧା ଦିତୀୟ, ଓ ଗୋପବନ୍ଧୁ ନୋଡାଲ ବିଦ୍ୟାଳୟ,କଟକ ତୃତୀୟ ସ୍ଥାନ ହାସଲ କରିଥିବାରୁ ପୁରସ୍କୃତ କରାଯାଇଥିଲା।ଶ୍ରେଷ୍ଠ ପୁରୁଷ କଳାକାର ଭାବେ ଗଙ୍ଗପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖୋର୍ଦ୍ଧା ର ସାଗର ବାରିକ,ଶ୍ରେଷ୍ଠ ମହିଳା କଳାକାର ଭାବେ ପୁରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶର୍ମିଷ୍ଠା ଦାଶ,ଶ୍ରେଷ୍ଠ ନିର୍ଦ୍ଦେଶକ ଭାବ ପୁରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅଳକାନନ୍ଦା ଓ ଶ୍ରେଷ୍ଠ କାହାଣୀ ଭାବେ ଯାଜପୁର ଯମଧର ଓଡିଶା ଆଦର୍ଶ ବିଦ୍ୟାଳୟ କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *