ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା

ଡେଲାଙ୍ଗ : ଡେଲାଙ୍ଗ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାମନ୍ଦିରର ପୂର୍ବତନ ସଭାପତି ଡା. ବସନ୍ତ କୁମାର ଦାଶ ମା ସରସ୍ୱତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପ୍ରାଥନା ପୂର୍ବକ ଉଦ୍ଘାଟନ କରିଥିଲେ। ଏଥିରେ ପ୍ରାତଃ ପର୍ଯ୍ୟାୟରେ ସର୍ବକନିଷ୍ଠ ବର୍ଗ ଓ କନିଷ୍ଠ ବର୍ଗ ବିଭାଗର ଛାତ୍ରଛାତ୍ରୀମାନଙ୍କର ପ୍ରକଳ୍ପ ଗୁଡିକ ପ୍ରଦର୍ଶିତ ହୋଇଥିବା ବେଳେ ଦିବା ପର୍ଯ୍ୟାୟରେ ଶିଶୁ ବର୍ଗ, ବାଲ ବର୍ଗ ଓ କିଶୋର ବର୍ଗ ବିଭାଗର ପ୍ରକଳ୍ପ ଗୁଡିକ ପ୍ରଦର୍ଶନ କରାଯାଇଥିଲା। ପ୍ରାତଃ ପର୍ଯ୍ୟାୟରେ ସମୁଦାୟ ୮୯ ଟି ପ୍ରକଳ୍ପକୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ନବକିଶୋର ମହାପାତ୍ର, ଆଚାର୍ଯ୍ୟ ବିକ୍ରମ ମଲ୍ଲିକ ଏବଂ ଅତିଥି ଆଚାର୍ଯ୍ୟ କାହ୍ନୁଚରଣ ବେହେରା ମୂଲ୍ୟାୟନ କରିଥିଲେ। ସେହିପରି ଦିବା ପର୍ଯ୍ୟାୟରେ ମୋଟ ୭୬ଟି ପ୍ରକଳ୍ପକୁ ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାପୀଠ ହାକପଡାର ବିଜ୍ଞାନଶିକ୍ଷକ ଶତ୍ରୁଘ୍ନ ଜେନା, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବୋଳକଣାର ବିଜ୍ଞାନଶିକ୍ଷକ ମହେଶ୍ୱର ମହାରଣା, ସରକାରୀ ଉଚ୍ଚ ବିଦ୍ୟାଳୟ ବେରବୋଇର ବିଜ୍ଞାନଶିକ୍ଷକ ପ୍ରକାଶ କୁମାର ସାହୁ, ସରକାରୀ ରାଧାକାନ୍ତ ଉଚ୍ଚ ବିଦ୍ୟାପୀଠ ଡେଲାଙ୍ଗଷ୍ଟେସନର ସେବାନିବୃତ୍ତ ପ୍ରଧାନଶିକ୍ଷକ ଗନ୍ଧର୍ବ ଜେନା, ଅମାଳଙ୍ଗ ଉ ପ୍ରା ବିଦ୍ୟାଳୟର ବିଜ୍ଞାନଶିକ୍ଷକ ସୂର୍ଯ୍ୟକାନ୍ତ ନାୟକ, ଶଙ୍ଖପାଟ ଉ ପ୍ରା ବିଦ୍ୟାଳୟର ବିଜ୍ଞାନଶିକ୍ଷକ ପବିତ୍ର ମୋହନ ଜେନା ପ୍ରମୁଖ ବିଚାରକ ଭାବେ ଯୋଗଦେଇ ମୂଲ୍ୟାୟନ କରିଥିଲେ। ଅପରାହ୍ନ ସମୟରେ ବିଦ୍ୟାମନ୍ଦିରର ସମ୍ପାଦକ କିଶୋର ପ୍ରଧାନଙ୍କ ସଭାପତିତ୍ୱରେ ସମାରୋପ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ବିଜ୍ଞାନର ଉପକାରିତା ସମ୍ପର୍କରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ତତ୍ ପରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାମନ୍ଦିରର ପ୍ରତ୍ୟେକ ବିଭାଗରେ ୧ମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଆସନ୍ତା ଅଗଷ୍ଟ ୧୨ ତାରିଖରେ ସଂକୁଳ ସ୍ତରୀୟ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବାକୁ ଚୟନ ହୋଇଛନ୍ତି। ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ନବକିଶୋର ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ସର୍ବେଶ୍ୱର ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିଦ୍ୟାମନ୍ଦିରର ଟୁକୁନୀ ଗୁରୁମା, ବିଜୟଲକ୍ଷ୍ମୀ ଗୁରୁମା, ଚିନ୍ମୟୀ ଗୁରୁମା, ବିକ୍ରମ ଗୁରୁଜୀ, ସତ୍ୟ ଗୁରୁଜୀ, ମମତା ନାୟକ, ପ୍ରିୟଲକ୍ଷ୍ମୀ ଦଳାଇ, ହରପ୍ରିୟା ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *