‘ଯେ କୌଣସି ପରିସ୍ଥିତିରେ ଆତଙ୍କବାଦକୁ ରୋକିବାକୁ ପଡିବ’, ଚାଇନା-ପାକିସ୍ତାନ ସାମ୍ନାରେ ବାର୍ତ୍ତା ରଖିଲା ଭାରତ

ଗୋଆ: ଗୋଆରେ ଏସସିଓ ବର୍ହିବ୍ୟାପରା ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହୋଇଛି। ଏହି ଦୁଇ ଦିବସୀୟ ବୈଠକରେ ବର୍ହିବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକ ଏମିତି ସମୟରେ ଆୟୋଜନ କରାଯାଇଛି ଯେତେବେଳେ ୟୁକ୍ରେନ ଯୁଦ୍ଧକୁ ନେଇ ପଶ୍ଚିମ ଦେଶରେ ଉତ୍ତେଜନା ଲାଗି ରହିଛି ଓ ଚାଇନାର ବିସ୍ତାରବାଦୀ ନୀତିକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି।
ଏହି ବୈଠକରେ ଚାଇନା, ରୁଷିଆ, ପାକିସ୍ତାନ ଆଦିର ବର୍ହିିବ୍ୟାପାର ମନ୍ତ୍ରୀମାନେ ଯୋଗ ଦେଇଛନ୍ତି। ବୈଠକରେ ଆଫଗାନିସ୍ତାନର ସମ୍ପୂର୍ଣ୍ଣ ସ୍ଥିତି ଉପରେ ଚର୍ଚ୍ଚା ହୋଇପାରେ ବୋଲି ଅନୁମାନ କରାଯାଉଛି। ଏଥିରେ ଏହି ଚିନ୍ତା ଉପରେ ଆଲୋଚନା କରାଯାଇପାରେ ଯେ ତାଲିବାନର ଶାସନରେ ଏହି ଦେଶ ଆତଙ୍କବାଦାର ପୋଷଣ ସ୍ଥଳ ହୋଇଯାଇପାରେ। ଏହାସହ ସୁରକ୍ଷା ସ୍ଥିତିକୁ ନେଇ ବି ଆଲୋଚନା ହୋଇପାରେ।
ତେବେ ବୈଠକରେ ବର୍ହିବ୍ୟାପାର ମନ୍ତ୍ରୀଙ୍କୁ ସମ୍ବୋଧିତ କରି ଏସ. ଜୟଶଙ୍କର ପରୋକ୍ଷରେ ପାକିସ୍ତାନ ଓ ଚାଇନାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆମେ କୌଣସି ମୂଲ୍ୟରେ ଆତଙ୍କବାଦକୁ ନ୍ୟାୟ ଦେଇ ପାରିବୁ ନାହିଁ। ଜୟଶଙ୍କରଙ୍କ ଏହି ବାର୍ତ୍ତା ପରୋକ୍ଷ ଭାବେ ପାକିସ୍ତାନ ଓ ଚାଇନା ଆଡକୁ ଅଙ୍ଗଳୁି ନିର୍ଦ୍ଦେଶ କରୁଛି ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *