ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡ଼ା ପକ୍ଷରୁ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ରାୟଗଡା, ୧୩/୦୫- ଆଜି ଜିଲ୍ଲା ସିଭିଲ କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡାଙ୍କ ଦ୍ଵାରା ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଜିଲ୍ଲା ମୁଖ୍ୟ କୋର୍ଟ ସମେତ କାଶୀପୁର, ଗୁଣୁପୁର, ବିଷମ କଟକ କୋର୍ଟରେ ପଡି ରହିଥିବା ୧୮୫ଟି ମାମଲାର ଶୁଣାଣି କରାଯାଇ ଫଇସଲା କରାଯାଇ ଜୋରିମାନା ବାବଦକୁ ସତାବନ ଲକ୍ଷ ବାସ୍ତରି ହଜାର ପାଞ୍ଚ ଶହ ପଞ୍ଚାବନ ଟଙ୍କା ଆଦାୟ କରା ଯାଇଥିଲା । ରାଜସ୍ୱ ସମ୍ବନ୍ଧିତ ୩୩୧୩ଟି ମାମଲାର ସମାଧାନ ପାଇଁ ଜୋରିମାନା ବାବଦକୁ ଟ ୨୨୧୫୬(ବାଇଶି ହଜାର ଶହେ ଛପନ ଟଙ୍କା) ପ୍ରିଲିଟିଗେଶନ ସମ୍ବନ୍ଧିତ ୨୫ଟି ମାମଲା ଫୈସଲାପାଇଁ ଜୋରିମାନା ବାବଦକୁ ଟ ୮୯୪୦୦୦(ଆଠ ଲକ୍ଷ ଚୌରାନବେ ହଜାର ଟଙ୍କା) ଆଦାୟ ହୋଇଛି । ଏହି ଲୋକ ଅଦାଲତରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଲୋକ ଅଦାଲତଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ଶ୍ରୀମତୀ ନିବେଦିତା ପଣ୍ଡା ପରିଚାଳନା କରିଥିଲେ । ଏହି ଲୋକ ଅଦାଲତରେ ପରିବାର ଅଦାଲତ ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ଏସ କେ ଜାହିରା ଅହମଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ ଶ୍ରୀମତୀ ରିନା ଚୌଧୁରୀ, ମହିଳା କୋର୍ଟ ବିଚାରପତିଶ୍ରୀମତି ସୋନାଲି ଶର୍ମା, ବରିଷ୍ଠ ଦେୱାନି ବିଚାରପତି ଶ୍ରୀ ସୌମ୍ୟ ରୂପ ସାହୁ, ଅନୁ ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ଗୁରୁଚରଣ ଜେନାମଣି, ଗ୍ରାମ୍ୟ ନ୍ୟାୟାଳୟର ବିଚାରପତି ଶ୍ରୀମତୀ ସୁବାସିନି ବେହେରା, ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ଚନ୍ଦନ ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଜିଲ୍ଲା ଆଇନ ପ୍ରାଧିକରଣ ତଥା ଜିଲ୍ଲା ଅଦାଲତର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।