ଓଡ଼ିଶା ଆଦିବାସୀ ମହାସଂଘ ରାୟଗଡ଼ା ଶାଖାର ଜିଲ୍ଲାସ୍ତରୀୟ ନୂର୍ତନ କର୍ମକର୍ତା ଚୟନ

ରାୟଗଡା-୦୧୭/୬-ରାୟଗଡ଼ା ବ୍ଲକ ଅନ୍ତର୍ଗତ ବଡ଼ ଚାନ୍ଦିଲି ଗ୍ରାମରେ ଆଦିବାସୀ ମହାସଙ୍ଘ ଓଡ଼ିଶା ରାୟଗଡ଼ା ଶାଖା ଦ୍ୱାରା ନୂତନ କମିଟି କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାୟଗଡ଼ା ଜିଲ୍ଲାର ପ୍ରାୟ ୮ ଗୋଟି ବ୍ଲକର ୬୦୦ ଲୋକ ଯୋଗଦେଇଥିଲେ। ମୁଖ୍ୟ ଅତିଥିଭାବେ ପୂର୍ବତନ ସଭାପତି ଓଡ଼ିଶା ଆଦିବାସୀ ମହାସଂଘ ରାୟଗଡ଼ା ଶାଖାର ସଭାପତି ବସନ୍ତ ପେଦେଣ୍ଟି ,ବେଣୁଧର ଚୌଧୁରୀ,ରାମଚନ୍ଦ୍ର ନିଶିକା,ଦୁର୍ଗା ଚରଣ ମଣ୍ଡାଙ୍ଗୀ ଯୋଗଦେଇଥିଲେ।ସମସ୍ତଙ୍କ ମତ ଅନୁଯାୟୀ ପୂର୍ବତନ ସଭାପତି ବସନ୍ତ ପେଦେଣ୍ଟିଙ୍କ କାର୍ଯ୍ୟରେ ସମସ୍ତେ ଖୁସିହେଇ ପୁର୍ନବାର ତାଙ୍କୁ ସଭାପତି ଭାବେ ଚୟନ କରିଥିଲେ । ଏଥିପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ଶ୍ରୀ ପେଦେଣ୍ଟି ଧନ୍ୟବାଦ ଜଣାଇଥିଲେ। ସଂଗଠନ ମାଧ୍ୟମରେ ସାମାଜିକ , ଅର୍ଥନୈତିକ , ରାଜନୈତିକ ତଥା ସମସ୍ତ ପ୍ରକାର ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଏବଂ ଆଦିବାସୀ ସମୁଦାୟର ଭାଷା , ସଂସ୍କୃତି , ପରମ୍ପରା , ପର୍ବ ପର୍ବାଣୀ , ଲୋକକଳା ଓ ରୀତିନୀତି କୁ ସୁରକ୍ଷିତ ଭାବେ ବଜାୟ ରଖିବା ପାଇଁଁ ଜିଲ୍ଲା ସ୍ତରୀୟ ନୂତନ କର୍ମକର୍ତ୍ତା ବିଧିବଦ୍ଧ ଭାବରେ ଚୟନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।

ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *