ଜନକଲ୍ୟାଣ ମଞ୍ଚର ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ଚୟନ

ଡେଲାଙ୍ଗ, ଡେଲାଙ୍ଗ ପିପିଲି ଜନକଲ୍ଯାଣ ମଞ୍ଚ ତରଫରୁ ଆଜି ଶ୍ରୀପୁରୁଷୋତ୍ତମପୁର ପଞ୍ଚାୟତ ସ୍ଥିତ କୁଞ୍ଜର ଛକ ଠାରେ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନି ଅନୁଷ୍ଠିତ ହୋଇଥିଲା | ଏଥିରେ ମଞ୍ଚର ଆବାହକ ଶ୍ରୀ ରାଧା ମୋହନ ଓ ମୁଖ୍ୟ ଉପଦେଷ୍ଟା ଜନ୍ମେଜୟ ଜେନା ମୁଖ୍ୟ ଅତିଥି ଭାବେ ଯୋଗୋଦେଇ,ଆଗାମୀ ଦିନରେ ଶ୍ରପୁରୁଷୋତ୍ତମପୁର ପଞ୍ଚାୟତ ରେ ସଂଗଠନ କୁ ମଜବୁତ୍ କରିବା ପାଇଁ ପ୍ରତ୍ୟେକ ବୁଥରେ‌ ବୁଥ କମିଟି ଗଠନ କରିବା ସହ‌ କିଛି କାର୍ଯ୍ୟକର୍ତ୍ତାଙ୍କୁ ନୂଆ ଦାଇତ୍ୱ ପ୍ରଦାନ କରାଯାଇଛି – ଯଥା‌ ବିଚିତ୍ର ରାଉତଙ୍କୁ ପଞ୍ଚାୟତ ସଭାପତି, କାର୍ତ୍ତିକ ମଲ୍ଲିକଙ୍କୁ ପଞ୍ଚାୟତ ଯୁବ ମୋର୍ଚ୍ଚା ସଭପତି‌, ଟୁନି ମଲ୍ଲିକଙ୍କୁ ମହିଳା ମୋର୍ଚ୍ଚା ସଭାପତି, ପର୍ଶୁରାମ ସ୍ୱାଇଁଙ୍କୁ ଓବିସି ମୋର୍ଚ୍ଚା ସଭାପତି,ରମେଶ ଚନ୍ଦ୍ର ନାୟକଙ୍କୁ କୃଷକ‌ ମୋର୍ଚ୍ଚା ସଭାପତି,ଟୁକୁ ବେହେରାଙ୍କୁ ଦଳିତ ମୋର୍ଚ୍ଚା ସଭାପତି, ପ୍ରଦୀପ କୁମାର ବଲଦିତଙ୍କୁ ମିଡ଼ିଆ ସଂଯୋଜକ ଭାବେ ବିଧିବଦ୍ଧ ଭାବେ ଦାୟିତ୍ଵ ସଂଗଠନ ତରଫରୁ ଦିଆଯିଵା ସହ ସମସ୍ତ କାର୍ଯ୍ୟକତ୍ତାଙ୍କୁ ନେଇ‌ ପଞ୍ଚାୟତ ରେ ବିଭନ୍ନ ସମସ୍ୟା ଭିତରେ ଥିବା ଲୋକଙ୍କ ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ପଞ୍ଚାୟତ ରୁ ନେଇ ବ୍ଲକ୍ ପଯ୍ୟନ୍ତ ଆନ୍ଦୋଳନ କୋରାଯିବ ବୋଲ‌ ମଞ୍ଚର ଆବାହକ ଶ୍ରୀ ରାଧା ମୋହନ ଚେତାବନୀ ଦେଇଥିଲେ.ଏହି ବୈଠକ ରେ ଡେଲାଙ୍ଗ ପିପିଲି ଜନକଲ୍ଯାଣ ମଞ୍ଚର ଅନେକ ସଦସ୍ୟ ଯଥା କରୁଣାକର ପରିଡା, କେଳୁ ଚରଣ ରାଉତ, ପ୍ରତାପ ରାଉତ, ଯୁଗଳ ମାଟିଆ, ତୋଫାନ ପରିଡା, ଦୁଃଶାସନ ସ୍ୱାଇଁ, ନକୁଳ ସ୍ୱାଇଁ, ପୂର୍ଣ୍ଣ ଚନ୍ଦ୍ର ସାହୁ, ବୁଲା ନାୟକ, ଜଗବନ୍ଧୁ ସ୍ୱାଇଁ, ଶରତ ପ୍ରଧାନ, ନିରଞ୍ଜନ ନାୟକ, ପ୍ରସନ ବରାଳ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ୍ ହୋଇଥିଲା ଏବଂ ଆଗାମୀ ଦିନରେ ସଂଗଠନ କୁ ଆଗକୁ ନେବାକୁ ଶପଥଗ୍ରହଣ କରିଥିଲେ |

Leave a Reply

Your email address will not be published. Required fields are marked *