ପାରାଦୀପ ରେ ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଲଗ୍ନଜିତ୍ ରାଉତ୍



ଦାୟିତ୍ଵ ଗ୍ରହଣ କଲେ ପାରାଦୀପ ଏଡିଏମ୍ ଲଗ୍ନଜିତ୍ ରାଉତ୍
ପାରାଦୀପ ରେ ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଲଗ୍ନଜିତ୍ ରାଉତ୍। ପୂର୍ବରୁ ଶ୍ରୀଯୁକ୍ତ ରାଉତ୍ ନୟାଗଡ଼ ଜିଲ୍ଲାରେ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥାଇ ବେଶ୍ ସୁନାମ ଅର୍ଜନ କରିଛନ୍ତି। ତେବେ ପାରାଦୀପ୍ ଆସିବା ପୂର୍ବରୁ ଶ୍ରୀଯୁକ୍ତ ରାଉତ୍ ଓଟିଡିସି ର ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ଏନେଇ ବିଦ୍ଧିବଦ୍ଧ ଭାବେ ଗତ ଜୁନ୍ ମାସ ୨୩ତାରିଖରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଲଗ୍ନଜିତ୍ ରାଉତ୍ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା। ତେବେ ଗତ ଶନିବାର ଦିନ ଲଗ୍ନଜିତ୍ ପାରାଦୀପ ଆସି ଦାୟିତ୍ଵ ଗ୍ରହଣ କରିଥିଲେ। ପବିତ୍ର ରଥଯାତ୍ରା ଯାତ୍ରା ହେତୁ ଛୁଟି ପଡ଼ିଥିବାରୁ ଆଜି ଆସି କାର୍ଯ୍ୟାଳୟ ରେ ପହଞ୍ଚି ତାଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି।
ତେବେ ପାରାଦୀପ ପରି ଏକ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ଅଞ୍ଚଳ ରେ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଏବଂ ଖୋଦ୍ ଅତିରିକ୍ତ ଜିଲ୍ଲାପାଳ ଙ୍କ ର ବହୁତ ଗୁରୁତ୍ବପୁର୍ଣ ଭୂମିକା ରହିଛି। ଯେହେତୁ ସ୍ଥାନୀୟ ଅଞ୍ଚଳରେ ଉପୁଜୁଥିବା ବିଭିନ୍ନ ସମସ୍ୟା କୁ ନେଇ ଜଗତସିଂହପୁର ଯିବା ସମ୍ଭବପର ହୋଇ ପାରିନଥାଏ ସେଥିପାଇଁ ସରକାର ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ପାରାଦୀପ ଠାରେ ସ୍ଥାପନ କରିଛନ୍ତି। ଯେକୌଣସି ଇଣ୍ଡଷ୍ଟ୍ରିଆଲ୍ ଡିସପୁଟ ବା ଶିଳ୍ପାନୁଷ୍ଠାନ ବିବାଦୀୟ ସମସ୍ୟା ଉପୁଜିଲେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ବା ପାରାଦୀପ ଏଡିଏମ୍ ଙ୍କ ନିଷ୍ପତ୍ତି ଅଧିକାଂଶ କ୍ଷେତ୍ରରେ ବହୁ ଗୁରୁତ୍ବପୂର୍ଣ୍ଣ ସମ୍ବନ୍ଧୀୟ ଘଟଣା ର ମୋଡ଼ ବଦଳାଇଥାଏ। ତେଣୁ ସମସ୍ତ ଦିଗକୁ ବୁଝି ବିଚାରି ଏଡିଏମ୍ ଆଲୋଚନା ମାଧ୍ୟମରେ ହିଁ ସବୁ ସମସ୍ୟା ର ସମାଧାନ କରିଥାନ୍ତି। ତେବେ ପାରାଦୀପରେ ରହିଛି ଅନେକ ସମସ୍ୟା, ଏଥିପ୍ରତି ନୁଆ ଏଡିଏମ୍ ବା ନୂତନ ଅତିରିକ୍ତ ଜିଲ୍ଲାପାଳ କିପରି ଦାୟିତ୍ଵ ନିର୍ବାହ କରୁଛନ୍ତି ସେଥିପ୍ରତି ରହିଛି ସମସ୍ତ ଙ୍କ ର ନଜର ।

ଜଗତସିଂହପୁର ରୁ ରିତ ସାହୁ

Leave a Reply

Your email address will not be published. Required fields are marked *