ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

ନୟାଗଡ ଜିଲ୍ଲା ପ୍ରଶାସନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଏବଂ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଇଲୋକେସନ ଏବଂ ଡିବେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି… ଏଥିରେ ନୟାଗଡର ଆଠଟି ଯାକ ବ୍ଲକର ପ୍ରତିଯୋଗୀ ମାନେ ଯୋଗ ଦେଇଥିଲେ… ବ୍ରଜେନ୍ଦ୍ର ହାଇସ୍କୁଲ ନୟାଗଡର ପ୍ରଧାନଶିକ୍ଷକ ଉମାକାନ୍ତ ସେଠୀ ଏବଂ ବରିଷ୍ଠ ଶିକ୍ଷକ ବଟକିଶୋର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ସୁପରିଚାଳନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ଗୁଡିକରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଡ଼ ସୁକାନ୍ତି ମହାନ୍ତି ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ |ଏହାର ସୁପରିଚାଳନା ପାଇଁ ଜିଲ୍ଲା ଶିକ୍ଷା ଅଧିକାରିଣୀଙ୍କ ନିର୍ଦେଶ କ୍ରମେ କାର୍ଯ୍ୟାଳୟର ଶରତ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ |ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଅକ୍ଟୋବର ୧ ଏବଂ ୨ ତାରିଖରେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ହେବାକୁ ଯାଉଥିବା ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଏବଂ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଉତ୍ସବରେ ପୁରସ୍କୃତ ହେବେ ବୋଲି ଜଣାପଡିଛି

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ

Leave a Reply

Your email address will not be published. Required fields are marked *