ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ତିନି କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ସାକ୍ଷାତ ଆଲୋଚନା କଲେ ବରିଷ୍ଠ କଂଗ୍ରେସ ନେତା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ


ନୂଆଦିଲ୍ଲୀ -ରାଜ୍ୟ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଗତକାଲି ନୂଆଦିଲ୍ଲୀ ଗସ୍ତ ରେ ଆସି ଏଠାରେ ତିନି କେନ୍ଦ୍ରମନ୍ତ୍ରୀ ଙ୍କ ସହ ଭେଟି ରାଜ୍ୟ ର ବିଭିନ୍ନ ପ୍ରସଙ୍ଗ ଓ କିଛି ଯଥାର୍ଥ ଦାବୀ ଉପସ୍ଥାପନ କରିଛନ୍ତି . ଓଡିଶା ର ଗର୍ବ ଓ ଗୌରବ ଶିକ୍ଷା ମନ୍ଦିର ଭାବେ ପରିଚିତ,ବି. ଜେ. ଵି. କଲେଜକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କରିବା ସହ ଜଟଣୀ, କନ୍ତିଆ, ଚନ୍ଦକା, ଛତାବର, ହଳଦିଆ, ଅରୁଗୁଳ ଓ କେରଙ୍ଗ ଠାରେ ରହିଥିବା ମହାବିଦ୍ୟାଳୟ ଗୁଡିକର ବିକାଶ କାର୍ଯ୍ୟକ୍ରମ କୁ ତୁରାନ୍ନିତ କରିବା ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରିବା ପାଇଁ ସେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧମେନ୍ଦ୍ର ପ୍ରଧାନ ଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ. ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଏହାକୁ ଅନୁଧ୍ୟାନ କରି କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିବା ନେଇ ବିଧାୟକ ଶ୍ରୀ ରାଉତରାୟ ଆଜି ଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳିନୀରେ ସୂଚନା ପ୍ରଦାନ କରିଛନ୍ତି. ସେହିଭଳି ତିରିଶି ମାସ ମଧ୍ୟରେ ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ପୂର୍ବତଟରେଳ ବିଭାଗ (ଇଷ୍ଟ କୋଷ୍ଟ ରେଲୱେ ), ଓ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବି. ଡ଼ି ଏ.)ଏବଂ ସ୍ମାଟସିଟି ଭିତରେ ବୁଝାବଣା ହୋଇଥିଲେ ମଧ୍ୟ ଏଯାବତ ଟେଣ୍ଡର ହୋଇନାହିଁ. ବୁଝାବଣା ରୁ ଓହରି ଯିବାପାଇଁ ଓଡିଶା ସରକାର କହିଲେଣି ତେଣୁ ଏ ଦିଗରେ ହସ୍ତକ୍ଷେପ କରି ବିଶ୍ୱ ସ୍ତରୀୟ ଭୁବନେଶ୍ୱର ରେଳ ଷ୍ଟେସନ ର କାର୍ଯ୍ୟ କୁ ଅବିଳମ୍ବେ (ତୁରନ୍ତ )କରିବା ପାଇଁ ବିଧାୟକ ଶ୍ରୀ ରାଉତରାୟ ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କୁ ଭେଟି ଅନୁରୋଧ କରିଥିଲେ. ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ସହ ସାକ୍ଷାତ ଆଲୋଚନା ବେଳେ ସେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନାମରେ ଭୁବନେଶ୍ୱର ରୁ ଜଟଣୀ ଦେଇ ମୁମ୍ବାଇ ଏବଂ ଭୁବନେଶ୍ୱର ରୁ ଦିଲ୍ଲୀ ଯାଏ ଏକ ନୂତନ ଟ୍ରେନ ଚଳାଇବା ପାଇଁ ପ୍ରସ୍ତାବ ଦେଇଥିଲେ.ଏତତ ବ୍ୟତୀତ ଖୋର୍ଦ୍ଧାରୋଡ (ଜଟଣୀ)ଷ୍ଟେସନ ର ପାରିପାର୍ଶ୍ୱକ ଉନ୍ନତି, ଅଧିକ ପ୍ଲାଟଫର୍ମ ନିର୍ମାଣ, ମାର୍କେଟ କଂପ୍ଲେକ୍ସ,(ଇଲୋକଟ୍ରିକ )ବିଦ୍ୟୁତ ଲୋକସେଡ ସ୍ଥାପନ,ରେଳବାଇ ଡାକ୍ତର ଖାନାର ଉନ୍ନତି, ଡାକ୍ତରଖାନାରେ ଅଧିକ ଡାକ୍ତର ନିଯୁକ୍ତି, ଜଟଣୀ ରେ ମାର୍କେଟ କଂପ୍ଲେକ୍ସ ନିର୍ମାଣ ପାଇଁ ସେ ମାନ୍ୟବର ରେଳ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ଏହିସବୁ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ. ଆସନ୍ତା ଏପ୍ରିଲ ପହିଲା ରେ ଜଟଣୀ ରେଳବାଇ ଫ୍ଲାଇଓଭେର ବ୍ରିଜ ଉଦଘାଟନ ଉତ୍ସବ ରେ ମାନ୍ୟବର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ମାନ୍ୟବର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ର ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏବଂ ରାଜ୍ୟ ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଅତିଥି ଭାବେ ଯୋଗ ଦେବା ପାଇଁ ନିମନ୍ତ୍ରିତ ହେବା ସମ୍ପର୍କ ରେ ମଧ୍ୟ ବିଧାୟକ ଶ୍ରୀ ରାଉତରାୟ ଆଲୋଚନା କରିଥିବା ନେଇ ଗଣମାଧ୍ୟମ କୁ ସୂଚନା ଦେଇଥିଲେ. ଶେଷରେ ଶ୍ରୀ ରାଉତରାୟ ମାନ୍ୟବର କେନ୍ଦ୍ର ଆଦିବାସୀକଲ୍ୟାଣ ଓ ଜଳଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶ୍ୱେଶର ଟୁଡୁ ଙ୍କୁ ସାକ୍ଷାତ କରି ଓଡିଶା ର ଆଦିବାସୀ ମାନଙ୍କ କେତେକ ସମସ୍ୟା ପ୍ରସଙ୍ଗ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ.ରାଜ୍ୟ ରେ ବସବାସ କରୁଥିବା ଶବର ସମ୍ପ୍ରଦାୟ ଲୋକ ଙ୍କ ଜାତି ଶବର ଶବ୍ଦ ରୁ ସଅର ହୋଇଯିବା ଫଳରେ ସେମାନେ ଆଦିବାସୀ ଜାତି ର ମାନ୍ୟତା ହରାଇବା ଯୋଗୁ ସେମାନଙ୍କୁ ଆଦିବାସୀ ଜାତି ରେ ଅନ୍ତର୍ଭୁକ୍ତ କରାଇ ସେମାନଙ୍କୁ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇଦେବା, ସହ ଚନ୍ଦକା ନିକଟସ୍ଥ ଡେରାସ ଠାରେ ଥିବା ଏକ ଆଦିବାସୀ ମଧ୍ୟଇଂରାଜୀ ବିଦ୍ୟାଳୟ କୁ ଉଚ୍ଚ ଇଂରାଜୀ ବିଦ୍ୟାଳୟ ରେ ପରିଣତ କରିବା ପାଇଁ ଶ୍ରୀ ରାଉତ ରାୟ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ଙ୍କୁ ଅନୁରୋଧ କରିଥିଲେ।

ରିପୋର୍ଟ- ଲକ୍ଷ୍ମୀନାରାୟଣ ବେବର୍ତ୍ତା, ନୂଆଦିଲ୍ଲୀ।

Leave a Reply

Your email address will not be published. Required fields are marked *