ବର୍ଷିଆନ ସାମ୍ବାଦିକ ବୈଦନାଥ ପରିଡାଙ୍କ ପରଲୋକ

ଜଗତସିଂହପୁର ଜିଲ୍ଲାର ବର୍ଷିଆନ ସାମ୍ବାଦିକ ବୈଦନାଥ ପରିଡାଙ୍କ ୯୭ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ପରଲୋକ ହୋଇଯାଇଛି । ସ୍ବର୍ଗତ ଶ୍ରୀ ପରିଡା ଦୀର୍ଘ ଦିନ ସମ୍ବାଦପତ୍ର ସହିତ ଜଡିତ ରହି ବହୁ ଗଠନ ମୁଳକ ସମ୍ବାଦ ପରିବେଷଣ କରି ସମାଜର ଉନ୍ନତିରେ ଜଣେ ଆଗଧାଡ଼ିର ସମ୍ବାଦିକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ବିୟୋଗରେ ସ୍ଥାନୀୟ ଅଂଚଳ ସହିତ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ପାର୍ଥିବ ଶରୀର ପୈତୃକ ବାସ ଭବନ ବନମାଳୀପୁର ଠାରେ ପହଂଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜିଲ୍ଲା ସଦର ମହକୁମାର ସାମ୍ବାଦିକ ମାନେ ପହଂଚି ଶବଧାରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *