ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ ଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର ସହର ନିକଟସ୍ଥ ପୁରୋହିତ ପୁର ଠାରେ ମା ଶାରଳା ଟେଣ୍ଡ ହାଉସ ଲାଇଟ, ସାଉଣ୍ଡ, ଡେକୋରେଟର ମାଲିକ ସଙ୍ଘ ପକ୍ଷରୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ସଂଘର ଉପଦେଷ୍ଟା ସୁଭାଷ ଚନ୍ଦ୍ର ରାଉତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜଗତସିଂହପୁର ଟେଣ୍ଟ ହାଉସ ମାଲିକ ସଂଘର ସଭାପତି ମଧୁସୂଦନ ସାହୁ, ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ସାମଲ, ଦିଲ୍ଲୀପ ମହାନ୍ତି, ଚିତ୍ତରଞ୍ଜନ ଷଡ଼ଙ୍ଗୀ, ଅଲେଖ ବିଶୋଇ, ଗଣେଶ ଚନ୍ଦ୍ର ପାଲ, ଅଭିନ ଚନ୍ଦ୍ର ନାୟକ, ମାନସ ବେହେରା, ବିକାଶ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ସୁଭାଷ ଚନ୍ଦ୍ର ରାଉତ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀଯୁକ୍ତ ରାଉତ ପୁରୋହିତପୁର ହାଇସ୍କୁଲରେ ପ୍ରଥମେ ବିଜ୍ଞାନ ଶିକ୍ଷକ ଓ ପରେ ବଡ଼ବାଗ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ନିକଟରେ ଅବସର ଗ୍ରହଣ କରିଛନ୍ତି । ତେବେ ସେ ଚଳିତ ବର୍ଷ ସେପ୍ଟେମ୍ବର 5 ତାରିଖ ଗୁରୁ ଦିବସ ରେ ମହାମହିମ ରାଷ୍ଟ୍ରପତି ଙ୍କ ଠାରୁ ଜାତୀୟ ଶିକ୍ଷକ ସମ୍ମାନରେ ସମ୍ମାନିତ ହୋଇ ଜିଲ୍ଲା ତଥା ରାଜ୍ୟ କୁ ଗୌରବାନୀତ କରି ପାରିଛନ୍ତି । ତେବେ ଏହାକୁ ନେଇ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
ଜଗତସିଂହପୁର ରୁ ରିତା ସାହୁ ।
