ବୁଢ଼ୀ ଠାକୁରାଣୀ ଯାତ୍ରାରେ ଡି.ଏ.ଭି. ବିଦ୍ୟାଳୟର ସ୍କାଉଟ୍ ଓ ଗାଇଡ୍ ସେବା ଶିବିର

ବ୍ରହ୍ମପୁର ୧୯/୪ ଡି.ଏ.ଭି. ପବ୍ଲିକ୍ ସ୍କୁଲର ସ୍କାଉଟ୍ ଓ ଗାଇଡ୍ ଦଳ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ ଅନୁଷ୍ଠିତ ସେବା କାମରେ ଅନୁପମ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ଭକ୍ତମାନଙ୍କୁ ହାଲୁଆ ପ୍ରସାଦ ବଣ୍ଟନ କରିବା ସହ, ଭୀଡ଼ ନିୟନ୍ତ୍ରଣ ଓ ଅପଚୟ ସଫେଇ କାମରେ ମଧ୍ୟ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଗାଇଡ୍ କ୍ୟାପ୍ ଟେନ୍ ସ୍ଵପ୍ନା ପାଣିଗ୍ରାହୀ, ସୁନିତା ନାୟକ, ସ୍କାଉଟ୍ ମାଷ୍ଟର କେଦାରନାଥ ମହାପାତ୍ର ଓ ଜଗଦୀଶ ବିଶୋଇ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଦିଲୀପ କୁମାର ବେହେରା ଓ ସମୀର କୁମାର ପାଣିଗ୍ରାହୀ ମଧ୍ୟ ସେବା କାର୍ଯ୍ୟରେ ସହଯୋଗ କରିଥିଲେ। ସ୍କୁଲ୍ ଅଧ୍ୟକ୍ଷା ଧାରାଶ୍ରୀ ପାଢ଼ୀ ବ୍ୟକ୍ତିଗତଭାବେ ଉପସ୍ଥିତ ହୋଇ ସେବା ଶିବିରକୁ ଆଶୀର୍ବାଦ ଦେଇ ନିଜେ ମଧ୍ୟ ପ୍ରସାଦ ବଣ୍ଟନ କରିଥିଲେ।ପ୍ରାୟ ୨୦୦୦ଭକ୍ତ ଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।