ହୋଟେଲରେ ଚାଲିଥିଲା ଦେହ କାରବାର : ଚଢାଉ କରି ହୋଟେଲରେ ମାଲିକ ସମେତ ୨ଯୁବକ ଓ ୩ ଯୁବତୀଙ୍କୁ ଥାନାରେ ଅଟକ

ଭଦ୍ରକ ସହରରେ ଥିବା ଏକ ହୋଟେଲରେ ଚାଲିଥିଲା ଦେହ ବ୍ୟବସାୟ । ଖବର ପାଇ ମାଡିବସିଲା ଟାଉନ ଥାନା ପୋଲିସ । ଭଦ୍ରକ ସହରର ବାଇପାସ ସ୍ଥିତ ହୋଟେଲ ଶାଶ୍ୱତରେ ଚଢ଼ାଉ କରିଛି ଟାଉନ ଥାନା ପୋଲିସ। ଚଢ଼ାଉ ବେଳେ ହୋଟେଲରେ ୨ଯୁବକଙ୍କ ସହ ୩ଜଣ ଯୁବତୀ ରହିଥିଲେ। ଖବର ପାଇ ଟାଉନ ପୋଲିସର ଟିମ ସହ ସିଟି ଡ଼ିଏସପି ଓ କ୍ରାଇମ ଡ଼ିଏସପି ହୋଟେଲରେ ଚଢ଼ାଉ କରିଥିଲେ। କାଗଜପତ୍ର ଯାଞ୍ଚ ପରେ ଦେହ ବ୍ୟବସାୟ ନେଇ ସ୍ପଷ୍ଟ ହୋଇଥିଲା। ପୋଲିସ ହୋଟେଲ ମାଲିକଙ୍କୁ ହେପାଜତକୁ ନେଇଛି। ଦୀର୍ଘଦିନ ହେବ ଏହି ହୋଟେଲରେ ଦେହ ବ୍ୟବସାୟ ନେଇ ଅଭିଯୋଗ ହୋଇ ଆସୁଥିଲା। ଏହି ଯୁଵତୀଙ୍କ ମଧ୍ୟରେ ୨ଜଣ ବଙ୍ଗୀୟ ଯୁବତୀ ଥିବା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *