କର୍ନାଟକ ଯାତ୍ରା ରଦ୍ଦ କଲେ ଶାହା

ନୂଆଦିଲ୍ଲୀ,୫।୫: ମଣିପୁରରେ ଉପୁଜିଥିବା ହିଂସା ପରେ ସେଠାକାର ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି। ଏହା ଉପରେ ନଜର ରଖିବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ତାଙ୍କର କର୍ନାଟକ ଗସ୍ତକୁ ରଦ୍ଦ କରି ଦେଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଣିପୁରର ସ୍ଥିତିକୁ ଗୁରୁତର ସହ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ତାଙ୍କ କର୍ନାଟକ ଗସ୍ତକୁ ରଦ୍ଦ କରିବାକୁ ନଷ୍ପତ୍ତି ନେଇଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଜାରି କାର୍ଯ୍ୟକ୍ରମ ଅନୁଯାୟୀ, କର୍ନାଟକରେ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇ ସାରିଥିଲା। ଏଥିରେ ଗୋଟିଏ ବୈଠକ ଓ ଦୁଇଟି ରୋଡ ଶୋ’ ଥିଲା।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଣିପୁରରେ ବିଗିଡି ଯାଇଥିବା ସ୍ଥିତି ଉପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଲଗାତାର ନଜର ରଖିଛି। ଅମିତ ଶାହା ଗୁରୁବାରଠାରୁ ସେଠାକାର ସୁରକ୍ଷା ବ୍ୟବସ୍ଥାର ସମିକ୍ଷା କରୁଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଣିପୁର ହିଂସାକୁ ଦେଖି ୧୫୦୦ ଅର୍ଦ୍ଧ ସୈନିକ ବଳଙ୍କୁ ନିୟୋଜିତ କରାଯାଇଛି। ଏହାସହ ସେନାର ୫୫ ଗ୍ରୁପଙ୍କୁ ନିଯୁକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *