ସାମ୍ନାକୁ ଆସିଲା ସାହିଦ-କ୍ରିତିଙ୍କ ଅନଟାଇଟଲ ରୋମାଣ୍ଟିକ ଚଳଚ୍ଚିତ୍ରର ପ୍ରଥମ ଲୁକ୍ ପୋଷ୍ଟର

ମୁମ୍ଵାଇ : ସାମ୍ନାକୁ ଆସିଲା ସାହିଦ କପୁର ଏବଂ କ୍ରିତି ସାନନଙ୍କ ଅନଟାଇଟଲ ରୋମାଣ୍ଟିକ ଚଳଚ୍ଚିତ୍ରର ପ୍ରଥମ ଲୁକ୍ ପୋଷ୍ଟର। ଯାହା ଏବେ ଖୁବ ଭାଇରଲ ହେବାରେ ଲାଗିଛି । ହିନ୍ଦୀ ସିନେମାର ସୁପରଷ୍ଟାର ସାହିଦ କପୁର ଓ ଅଭିନେତ୍ରୀ କ୍ରିତି ସାନନଙ୍କ ଯୋଡି ବଡ ପରଦାରେ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ପ୍ରଶଂସକମାନେ ବଡ଼ ପରଦାରେ ସାହିଦ କପୁର ଏବଂ କ୍ରିତି ସାନନଙ୍କ ଯୋଡି ଦେଖିବାକୁ ପାଇବେ। ଏହି ଦୁଇ ଜଣଙ୍କର ଫିଲ୍ମର ଟାଇଟଲ୍ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। କିନ୍ତୁ ଫିଲ୍ମର ସୁଟିଂ ଶେଷ ହୋଇଛି। ତେବେ ଏହି ଫିଲ୍ମ ଆସନ୍ତା ଅକ୍ଟୋବର ମାସରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି ।
ସାହିଦ କପୁର ଏବଂ କ୍ରିତି ସାନନଙ୍କ ଅପକମିଂ ଫିଲ୍ମର ପ୍ରଥମ ପୋଷ୍ଟର ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି। ଶନିବାର ଦିନ ପ୍ରସିଦ୍ଧ ଚଳଚ୍ଚିତ୍ର ସମାଲୋଚକ ତରନ୍ ଆଦର୍ଶ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରରେ, ଆପଣ ଦେଖିପାରିବେ ଯେ ସାହିଦ ଏବଂ କ୍ରିତି ଏକ ବାଇକରେ ବସି ରୋମାନ୍ସ କରୁଥିବାର ଜଣାପଡିଛି। ତରଣଙ୍କ ଅନୁଯାୟୀ, ସାହିଦ ଏବଂ କ୍ରିତିଙ୍କ ବ୍ୟତୀତ ଭେଟେରାନ କଳାକାର ଧର୍ମେନ୍ଦ୍ର ଏବଂ ଡିମ୍ପଲ କାପାଡିଆ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଅମିତ ଯୋଶୀ ଏବଂ ଆରାଧ୍ୟା ।