ବିଭିନ୍ନ ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟ ପରିଦର୍ଶନ ଓ ତଦାରଖ କରି ଚର୍ଚ୍ଚାରେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା

କାମାକ୍ଷାନଗର10/5/23 ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଓ ଜନକଲ୍ୟାଣକର ଯୋଜନାର ସଫଳ ରୂପାୟନ ପାଇଁ ବିଭାଗୀୟ ଯନ୍ତ୍ରୀ, ସ୍ଥାନୀୟ ପଂଚାୟତ ପ୍ରତିନିଧି ମାନଙ୍କ ସହ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ନୁଅବଗ ପଞ୍ଚାୟତର ବିଭିନ୍ନ ଗ୍ରାମ ଓ ଗାଣ୍ଡୁସାହୁ ବନ୍ଧ,ପରିଦର୍ଶନ କରି ଥିଲେ l

ପରେପରେ ଦଣ୍ଡିରି ପଂଚାୟତ ପରିଦର୍ଶନ କରି ବାଗୋଲି ଓ ଛାଡୋଇ ଗ୍ରାମର କନକା ଆର୍ ଡି ରାସ୍ତାକୁ କିପରି ସଂଯୋଗ ହୋଇପାରିବ ସେ ବିଷୟ ରେ ସହୃଦୟ ର ସହ ଧ୍ୟାନ ଦେବାକୁ ସ୍ଥାନୀୟ ଜନସାଧାରଣଙ୍କ ନିକଟରେ ପ୍ରତଶ୍ରୁତିବଦ୍ଧ ହୋଇଛନ୍ତି l ଏତବ୍ବ୍ୟତୀତ ଦଣ୍ଡିରି ପଂଚାୟତର ଗୁରୁଜଙ୍ଗ ଉପ୍ରା ସ୍କୁଲ ଉନ୍ନତିକରଣ, ଜଳାଭାବ ସମସ୍ୟାର ସମାଧାନ, ପୋଖରୀ ଖନନ ଆଦି ଯୋଜନାର ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ଅଂଚଳ ପରିଦର୍ଶନ କରି ଲୋକ ମାନଙ୍କ ସୁଖଦୁଃଖରେ ସାମିଲ୍ ହୋଇଛନ୍ତି l ସୂଚନାଯୋଗ୍ୟ ଯେ ଏତାଦୃଶ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ବିଭିନ୍ନ ପ୍ରକାରର ସରକାରୀ ଯୋଜନାର ସ୍ଥିତି ଅନୁଧ୍ୟାନ କରିବା ଦ୍ବାରା ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀ ଖୁବ୍ କମ୍ ଦିନରେ ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି