ଯୁବ ବିଜେଡି ସମର୍ଥକ ଠିକାଦାର କାହ୍ନୁ ସାହୁଙ୍କୁ ଗୁଳିମାଡ଼

ଢେଙ୍କାନାଳ ଜିଲା କାମାକ୍ଷାନଗର ଏନଏସିର ଯୁବ ବିଜେଡି ସମର୍ଥକ କାହ୍ନୁ ସାହୁଙ୍କୁ ଆଜି ରାତି 11 ଟାରେ ହୋଇଛି ଗୁଳିମାଡ଼ ।ନିଜ ଘରକୁ ସେ ତାଙ୍କ କାର ରେ ଫେରୁଥିବା ବେଳେ କେହି ଦୁର୍ବୁତ୍ତ କରିଛନ୍ତି ଗୁଳିମାଡ଼ ।ତାଙ୍କ ଡାହାଡ଼ ହାତ ଓ ଜଙ୍ଗ ରେ ବାଜିଛି ଗୁଳି ।ପ୍ରଥମେ କାମାକ୍ଷାନଗର ପରେ କଟକ ମେଡ଼ିକାଲ ସ୍ଥାନାନ୍ତର ହୋଇଛନ୍ତି ।ପୂର୍ବରୁ କାମାକ୍ଷାନଗର ଘର ଆଗରେ ତାଙ୍କ କାର ଉପରେ ବୋମା ମାଡ଼ ହୋଇଥିବା ବେଳେ ଢେଙ୍କାନାଳ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ତାଙ୍କୁ ଆକ୍ରମଣ କରି କାର ଲୁଟ କରିଥିଲେ ଦୁର୍ବୁତ୍ତ । କିଏ କାହିଁକି ଏଭଳିଆ କରିଛି ଜଣା ପଡ଼ିନାହିଁ ।ଘର ଆଗରେ ଫୁଟା ଗୁଳିର ଖୋକା ଆଉ ଗାଡିର କାଚ ପଡ଼ିଛି ।ପୋଲିସ ତଦନ୍ତ ଚାଲିଛି।